ଓଡିଶା

odisha

ETV Bharat / sitara

ସିବିଏଫସି ସାର୍ଟିଫିକେଟ୍ ପରେ ‘ରାଧେ’ର 21ଟି ସିନ କାଟିଲେ ସଲମାନ - ରାଧେ ରିଲିଜ ନ୍ୟୁଜ

‘ରାଧେ’ ଫିଲ୍ମରୁ ହଟିଲା 21ଟି ସିନ । UA ସାର୍ଟିଫିକେଟ୍ ପାଇବା ପରେ ଫିଲ୍ମରୁ କିଛି ଡ୍ରଗ୍ସ ସମ୍ବନ୍ଧୀୟ ସିନ୍ସ ହଟାଇ ଚର୍ଚ୍ଚାରେ ମେକର୍ସ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ

By

Published : May 10, 2021, 1:13 PM IST

ମୁମ୍ବାଇ: ଆସନ୍ତା 13 ତାରିଖରେ ରିଲିଜ ହେବାକୁ ପ୍ରସ୍ତୁତ ସଲମାନ ଖାନଙ୍କ ‘ରାଧେ’ । ଯାହାକୁ ଦେଖିବାକୁ ଦୀର୍ଘ ସମୟରୁ ଉତ୍ସାହିତ ଦର୍ଶକ । ହଲ ବ୍ୟତୀତ ଫିଲ୍ମକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବେ ମେକର୍ସ । ଇତିମଧ୍ୟରେ ଫିଲ୍ମକୁ ନେଇ ସାମ୍ନାକୁ ଆସିଲା ନୂଆ ଖବର । ଗତ ମାସରେ ଫିଲ୍ମକୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି) ବିନା କୌଣସି କଟ୍‌ରେ ଥିଏଟର ସ୍କ୍ରିନିଂ ପାଇଁ UA ସାର୍ଟିଫିକେଟ୍ ଦେଇଥିଲା ସିବିଏଫସି କୌଣସି କଟ୍ ବିନା ଫିଲ୍ମକୁ ପାସ୍ କରିବା ପରେ ବର୍ତ୍ତମାନ ସଲମାନ ନିଜେ ଫିଲ୍ମର ମୋଟ 21ଟି କଟ୍ କରିଛନ୍ତି। ଯେଉଁଥିରୁ ଡ୍ରଗ୍ସ ସିନ୍ସକୁ ହଟାଇ ଦିଆଯାଇଛି ।

କଥାଟି ହେଲା ଯେ ଫିଲ୍ମରେ କିଛି ଦୃଶ୍ୟ ଏମିତି ଥିଲା ଯେଉଁଥିରେ ଛୋଟ ପିଲା ଡ୍ରଗ୍ସ ନେଉଥିବାର କାହାଣୀ ପର୍ଯ୍ୟବେଶିତ କରାଯାଇଥିଲା । ଏହିପରି ପ୍ରାୟ ଅନେକ ଦୃଶ୍ୟକୁ ନିର୍ମାତା ଫିଲ୍ମରୁ ହଟାଇ ଦେଇଛନ୍ତି। କେନ୍ଦ୍ରୀୟ ବୋର୍ଡ କୌଣସି ପ୍ରକାରର ଡ୍ରଗ୍ସ ସମ୍ବନ୍ଧୀୟ ଫିଲ୍ମକୁ ସ୍କ୍ରିନ କରିବାକୁ ଅନୁମତି ଦିଏ ନାହିଁ | ହେଲେ ଏବେ 12 ବର୍ଷରୁ କମ୍ ପିଲା ମଧ୍ୟ ଏହି ଫିଲ୍ମ ଦେଖିପାରିବେ ।

ପ୍ରକାଶ ଥାଉକି ପ୍ରଭୁଦେବାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଲମାନଙ୍କ ସହ ଦିଶା ପଟାନୀ, ରଣଦୀପ ହୁଡ୍ଡା ଓ ଜ୍ୟାକି ଶ୍ରଫ ମୁଖ୍ୟ ଭୂମିକାରେ ନଜର ଆସିବେ । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ଯାହାକୁ ବେଶ୍ ପସନ୍ଦ କରିଛନ୍ତି ଦର୍ଶକ । ସେହିପରି ରିଲିଜ ହୋଇଥିବା ଫିଲ୍ମର କିଛି ଗୀତ ୟୁଟ୍ୟୁବରେ ଚହଳ ସୃଷ୍ଟି କରୁଛି ।

ABOUT THE AUTHOR

...view details