ଓଡିଶା

odisha

ETV Bharat / sitara

ବଲିଉଡରେ ଏଣ୍ଟ୍ରି କରିବେ ସନ୍ନିଙ୍କ ସାନପୁଅ ରାଜବୀର ଦେଓଲ - ବଲିଉଡରେ ଏଣ୍ଟ୍ରି କରିବେ ସନ୍ନିଙ୍କ ସାନପୁଅ

କରଣ ଦେଓଲଙ୍କ ପରେ ଦେଓଲ ପରିବାରର ଅନ୍ୟ ଜଣେ ସଦସ୍ୟ ବଲିଉଡରେ ଏଣ୍ଟ୍ରି କରିବାକୁ ପ୍ରସ୍ତୁତ ଅଛନ୍ତି। ସନ୍ନି ଦେଓଲଙ୍କ ସାନପୁଅ ରାଜବୀର ଦେଓଲ ତାଙ୍କ ବଲିଉଡ ଡେବ୍ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି । ଅଧିକ ପଢନ୍ତୁ...

After Karan Deol, Sunny Deol's younger son Rajvir Deol all set to enter films
ବଲିଉଡରେ ଏଣ୍ଟ୍ରି କରିବେ ସନ୍ନିଙ୍କ ସାନପୁଅ ରାଜବୀର ଦେଓଲ

By

Published : Mar 23, 2021, 9:51 PM IST

ହାଇଦ୍ରାବାଦ: ଏବେ ଚର୍ଚ୍ଚାରେ ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ସାନପୁଅ ରାଜବୀର ଦେଓଲ । କରଣ ଦେଓଲଙ୍କ ପରେ ଦେଓଲ ପରିବାରର ଅନ୍ୟ ଜଣେ ସଦସ୍ୟ ବଲିଉଡରେ ଏଣ୍ଟ୍ରି କରିବାକୁ ପ୍ରସ୍ତୁତ ଅଛନ୍ତି। ସନ୍ନି ଦେଓଲଙ୍କ ସାନପୁଅ ରାଜବୀର ଦେଓଲ ତାଙ୍କ ବଲିଉଡ ଡେବ୍ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି।

ରାଜବୀର ତାଙ୍କର ଡେବ୍ୟୁ ପାଇଁ ଚଳଚ୍ଚିତ୍ର ନିର୍ମାତା ସୂରଜ ବଜୟନ୍ତଙ୍କ ପୁଅ ଅବନୀଶ ବଜୟନ୍ତଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମରେ କାମ କରିବାକୁ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏହି ଚଳଚ୍ଚିତ୍ରରେ ଅବନୀଶଙ୍କ ନିର୍ଦ୍ଦେଶନାର ଡେବ୍ୟୁ ହେବ। ଅବନୀଶ ଏହି ଚଳଚ୍ଚିତ୍ରର ସ୍କ୍ରିପ୍ଟ ମଧ୍ୟ ଲେଖିଛନ୍ତି ।

ପ୍ରକାଶ ଥାଉ ଯେ, ସନ୍ନି ତାଙ୍କ ବଡ ପୁଅ କରଣ ଦେଓଲଙ୍କୁ ଏକ ରୋମାଣ୍ଟିକ ଡ୍ରାମା ଫିଲ୍ମ ପଲ ପଲ ଦିଲ କେ ପାସ ସହିତ ପରିଚିତ କରାଇଥିଲେ ।

ABOUT THE AUTHOR

...view details