ଓଡିଶା

odisha

‘ଦୋସ୍ତାନା 2’ ପରେ କରନଙ୍କ ଦ୍ବିତୀୟ ଫିଲ୍ମରେ କାର୍ତ୍ତିକ

By

Published : Mar 12, 2020, 5:18 PM IST

କାର୍ତ୍ତିକ ଆର୍ୟନଙ୍କୁ ନେଇ ନୂଆ ଖବର। କରନ ଜୋହରଙ୍କ ସହ ଦ୍ବିତୀୟ ଥର କାମ କରିପାରନ୍ତି ସେ। ଏବେ ତାଙ୍କ ଚର୍ଚ୍ଚିତ ଫିଲ୍ମ ‘ଦୋସ୍ତାନା 2’ର ସୁଟିଂରେ ସେ ଖୁବ୍ ବ୍ୟସ୍ତ।

kartik aryan
ଡିଜାଇନ ଫଟୋ

ମୁମ୍ବାଇ: କାର୍ତ୍ତିକ ଆର୍ୟନଙ୍କ ଗତ ମାସରେ ରିଲିଜ ହୋଇଥିବା ନିର୍ଦ୍ଦେଶକ ଇମତିଆଜ ଅଲ୍ଲୀଙ୍କ ରୋମାଣ୍ଟିକ ଫିଲ୍ମ ‘ଲଭ ଆଜକଲ’କୁ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା। ଫିଲ୍ମରେ ତାଙ୍କ ସହ ରୋମାନ୍ସ କରିଥିଲେ ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନ। ଫିଲ୍ମଟି ବକ୍ସ ଅଫିସରେ ଅସଫଳ ସାବ୍ୟସ୍ତ ହୋଇଥିଲା। ହେଲେ ବର୍ତ୍ତମାନ କାର୍ତ୍ତିକଙ୍କ ପାଖରେ ଅନେକ ଫିଲ୍ମ ଅଛି। ଏବେ ସେ ‘କବୀର ସିଂ’ ଫେମ କିୟାରା ଆଡଭାନୀଙ୍କ ସହ ଅପକମିଂ ଫିଲ୍ମ ‘ଭୁଲ ଭୁଲୈୟା 2’ ସୁଟିଂରେ ବ୍ୟସ୍ତ ।

ଏହି ଫିଲ୍ମର ସୁଟିଂ ଲକ୍ଷ୍ନୌରେ ଚାଲିଛି। ‘ଭୁଲ ଭୁଲୈୟା 2’ ପରେ କାର୍ତ୍ତିକ ଫେମସ ନିର୍ମାତା କରନ ଜୋହରଙ୍କ ନିର୍ଦ୍ଦେଶିତରେ ନିର୍ମାଣ ହେବାକୁ ଯାଉଥିବା ‘ଦୋସ୍ତାନା-2’ରେ ନଜର ଆସିବେ। ତାଙ୍କ ସହ ଫିଲ୍ମରେ ଜାହ୍ନବୀ କପୁର ମୁଖ୍ୟ ଭୂମିକାରେ ଦେଖାଯିବେ। ଇତିମଧ୍ୟରେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ସାମ୍ନାକୁ ଆସିଛି ଗୁଡନ୍ୟୁଜ।

ଶୁଣିବାକୁ ମିଳୁଛି ଯେ ‘ଦୋସ୍ତାନା 2’ ପରେ ସେ କରନଙ୍କ ଆଉ ଏକ ଫିଲ୍ମରେ ଅଭିନୟ କରିବେ। ବର୍ତ୍ତମାନ କରନଙ୍କ ଆଗାମୀ ଫିଲ୍ମ କାର୍ତ୍ତିକଙ୍କ ହାତରେ ଲାଗିଛି। ପ୍ରକାଶ ଥାଉକି କରନ, ଶଶାଙ୍କ ଖେତାନଙ୍କ ସହ ମିଶି ଏକ ଫିଲ୍ମ ନିର୍ମାଣ କରିବାକୁ ଭାବୁଛନ୍ତି। ସେପଟେ ଶଶାଙ୍କଙ୍କୁ ନେଇ ଖବର ଜୋର ଧରିଛି ଯେ ସେ ବରୁଣ ଧୱନଙ୍କ ଆଗାମୀ ଫିଲ୍ମ ‘ମିଷ୍ଟର ଲେଲେ’କୁ କିଛି ଦିନ ପୋଷ୍ଟପୋନ କରିବାକୁ ବିଚାର କରୁଛନ୍ତି। ଏହାର କାରଣ ସେ କରନଙ୍କ ସହ ଆଗାମୀ ଫିଲ୍ମ ପାଇଁ ହାତ ମିଳାଇଛନ୍ତି।

ହେଲେ ଏଯାବତ ଏହି ଖବର ଅଧିକାରୀ ଘୋଷଣା ହୋଇନାହିଁ। ଯଦି ଏମିତି ହେଉଛି ତେବେ କରନଙ୍କ ସହ ଏହା କାର୍ତ୍ତିକଙ୍କ ଦ୍ବିତୀୟ ଫିଲ୍ମ ହେବ । ଯଦି ‘ଭୁଲ ଭୁଲୈୟା 2’ ବିଷୟରେ କଥା ହେବା ତେବେ କାର୍ତ୍ତିକଙ୍କ ସହ ଏହି ଫିଲ୍ମରେ କିୟାରା ଓ ତବ୍ବୁ ନଜର ଆସିବେ। ଏବର୍ଷ ଜୁଲାଇରେ ରିଲିଜ ହେବ ଫିଲ୍ମ।

ABOUT THE AUTHOR

...view details