ନୂଆ ଦିଲ୍ଲୀ: ଗ୍ରେଟର ନୋଏଡାରେ ରାଜପୁତ କରଣୀ ସେନା ଜିଲାଧିକାରୀ କାର୍ଯ୍ୟାଳୟରେ ପ୍ରଦର୍ଶନ କରିଛନ୍ତି । ମହାରାଷ୍ଟ୍ର ଶିବସେନା ନେତା ସଞ୍ଜୟ ରାଉତଙ୍କ ଦ୍ବାରା ଅଭିନେତ୍ରୀ କଙ୍ଗନା ରଣାୱତ ବିରୋଧରେ ଦିଆଯାଇଥିବା ଅଶ୍ଲୀଳ ଟିପ୍ପଣୀ ଓ ଧମକାଇବା ବିରୋଧ ପ୍ରଦର୍ଶନ କରି କୁଶପୁତ୍ତଳିକା ମଧ୍ୟ ଜାଳିଛନ୍ତି । ଏହାସହ ମହାରାଷ୍ଟ୍ର ସରକାର ମୁର୍ଦାବାଦ ମଧ୍ୟ ନାରା ଲଗାଯାଇଛି । ବର୍ତ୍ତମାନ ସଞ୍ଜୟଙ୍କ ବିରୋଧ ପ୍ରଦର୍ଶନ ତେଜିବାରେ ଲାଗିଛି ।
କଙ୍ଗନାଙ୍କ ସମର୍ଥନରେ ମଇଦାନକୁ ଓହ୍ଲାଇଥିବା କରଣୀ ସେନା ବୟାନରେ କହିଛନ୍ତି, ଯଦି ଆବଶ୍ୟକ ପଡିଲା ତେବେ କରଣୀ ସେନା କଙ୍ଗନାଙ୍କୁ ସାହାଯ୍ୟ କରିବା ପାଇଁ ମୁମ୍ବାଇରେ ମଧ୍ୟ ପହଞ୍ଚିବ । ସେହିପରି ପଶ୍ଚିମ ଉତ୍ତରପ୍ରଦେଶ କରଣୀ ସେନାର ସଭାପତି କରନ ଠାକୁର କହିଛନ୍ତି ଯେ ସଞ୍ଜୟ ଅଭିନେତ୍ରୀ କଙ୍ଗନାଙ୍କ ଉପରେ ଅଶ୍ଳୀଳ ମନ୍ତବ୍ୟ ଦେଇଛନ୍ତି, ଯାହା ବିରୋଧରେ କରଣୀ ସେନା ରାସ୍ତାକୁ ଓହ୍ଲାଇଛି ।