ଓଡିଶା

odisha

ETV Bharat / sitara

କୋରୋନାକୁ ନେଇ ମହେଶଙ୍କ କବିତା - କୋରୋନାରୁ ସୁରକ୍ଷା ବାର୍ତ୍ତା

ବିଶ୍ବରେ କୋରୋନା ଭାଇରସ ଭୟ ବଢିଚାଲିଛି । ସାଧାରଣ ଲୋକଙ୍କ ଠୁ ନେଇ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଏହାର ସଚେତନତା ବାର୍ତ୍ତା ସୋସିଆଲ ମିଡିଆରେ ଦେବାରେ ଲାଗିଛନ୍ତି । ଅମିତାଭ ବଚ୍ଚନଙ୍କ ପରେ ଏବେ ସାମ୍ନାକୁ ଆସିଛି ମେହଶ ଭଟ୍ଟଙ୍କ କବିତା।

mahesh bhatt
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମହେଶ ଭଟ୍ଟ

By

Published : Mar 16, 2020, 5:08 PM IST

ମୁମ୍ବାଇ: କୋରୋନା ଭାଇରସ ଭୟ ଦିନକୁ ଦିନ ବଢିବାରେ ଲାଗିଛି । ଗୋଟିଏ ପଟେ ବିଶ୍ବ ସ୍ବାସ୍ଥ୍ୟ ସଗଠନ ଏହାକୁ ମହାମାରୀ ଘୋଷଣା କରିଥିବାଲ ବେଳେ ଆଉ ଗୋଟିଏ ପଟେ ବଲିଉଡ ସେଲିବ୍ରିଟି ଏହା ବିରୋଧରେ ସଚେତନ ବାର୍ତ୍ତା ସୋସିଆଲ ମିଡିଆରେ ଦେବାରେ ଲାଗିଛନ୍ତି । ନିକଟରେ ବିଗ ବି ଅମିତାଭ ବଚ୍ଚନ ସୋଲିଆଲ ମିଡିଆରେ ଏକ କବିତା ସେୟାର କରି ଏହି ରୋଗ ସହ ଲଢିବାକୁ କହିଥିଲେ। ଏହି ତାଲିକାରେ ଏବେ ଆଉ ଜଣେ ସେଲିବ୍ରିଟିଙ୍କ ନାମ ସାମିଲ ହୋଇଛି । ଫେମସ ନିର୍ମାତା ମହେଶ ଭଟ୍ଟ ମଧ୍ୟ ସୋସିଆଲ ମିଡିଆରେ କୋରୋନା ଭାଇରସ ଉପରେ ଏକ କବିତା ସେୟାର କରି ଚର୍ଚ୍ଚାରେ।

ଫଟୋ ସୌଜନ୍ୟ: ଟ୍ବିଟର@ମହେଶ ଭଟ୍ଟ

ସେ କୋରୋନାକୁ ହାଶଟ୍ୟାଗ କରି ନିଜ କଥା ସମସ୍ତଙ୍କ ସାମ୍ନାରେ ରଖିଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି, ‘ଏକ ବାର ଜୋ ସୁରୁ ହୋ ଜାଏ ଖୋଫ ସେ ଖୋଫ କା ଫେଲାନା, ବହୁତ ମୁସକିଲ ହୋ ଜାତା ହେ ଫିର ଉସକା ଠହରନା, ତବ ୟେ ହୋତି ହେ ଜିମ୍ମେଦାରୀ ବାଦୋଂ କି, ଏକ ତରଫ ତୋ ସବକୋ ହିଫାଜତ କା ଏହସାସ କରାନା, ଦୁସରୀ ତରଫ ସବକୋ ମହଫୁଜ ହୋନେ କା ଏତବାର ଜଗାନା।’

ପ୍ରକାଶ ଥାଉକି ମହେଶଙ୍କ ବ୍ୟତୀତ ବଲିଉଡର ଅନେକ ସେଲିବ୍ରିଟି ଜନସଧାରଣଙ୍କୁ କୋରୋନାରୁ ସୁରକ୍ଷା ଦେବା ପାଇଁ ସଚେତନା ବାର୍ତ୍ତା ପ୍ରଚାର କରିବାରେ ଲାଗିଛନ୍ତି । ଏହି କ୍ରମରେ ପ୍ରିୟଙ୍କା ଚୋପ୍ରା, ସଲମାନ ଖାନ, ଦୀପିକା ପାଦୁକୋନ ଭଳି ଷ୍ଟାର୍ସ ସାମିଲ ଅଛନ୍ତି ।

ABOUT THE AUTHOR

...view details