ମୁମ୍ବାଇ: ଆଠ ମାସ ପରେ ସିନେମା ହଲ୍ ଏବଂ ମଲ୍ଟିପ୍ଲେକ୍ସ ଦେଶରେ ପୁନଃ ଖୋଲିଛି । ହେଲେ ବ୍ୟବସାୟରେ କ୍ଷତି ଦେଖିବାକୁ ମିଳିଛି । ସେପଟେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କର୍ମଚାରୀ । କାରଣ କୋରୋନା ମହାମାରୀ ମଧ୍ୟରେ ନୂଆ ହିନ୍ଦୀ ଫିଲ୍ମ ରିଲିଜ ଅଭାବ ଏବଂ ଲୋକଙ୍କ ମଧ୍ୟରେ ଭୟ ଏଯାବତ ରହିଅଛି । ଏହି ମହାମାରୀରେ ସିନେମା ହଲ୍ କର୍ମଚାରୀଙ୍କୁ ଅଧିକ ପ୍ରଭାବିତ କରିଛି । ଯାହା ଫଳରେ ପରିବାର ପେଟ ପୋଷିବାକୁ ସେମାନଙ୍କ ପାଖରେ ଆର୍ଥିକ ସମସ୍ୟା ଦେଖା ଦେଉଛି ।
କେତେକଙ୍କ ପାଇଁ, ଲକଡାଉନ ହେବା ପର ଠାରୁ ଦରମାରେ ଅଭାବ ଦେଖା ଦେଇଛି ତ ଆଉ କେତକ କର୍ମଚାରୀ ନିଜ ଚାକିରି ହରାଇଛନ୍ତି ଏବଂ ନୂତନ ସୁଯୋଗକୁ ଅପେକ୍ଷା କରିଛନ୍ତି | ଏହି ଶ୍ରମିକଙ୍କ ମଧ୍ୟରୁ ଅନେକ ବଡ଼ ସହରରେ ପ୍ରବାସୀ ସେମାନ ନିଜ ପରିବାରର ଏକମାତ୍ର ରୋଜଗାରା କରୁଥିବା ସଦସ୍ୟ ।