ମୁମ୍ବାଇ: ବି-ଟାଉନର ଡିଭା ସୋନମ କପୁର କିଛି ଦିନ ହେବ ପରିବାରବାଦକୁ ନେଇ ଚର୍ଚ୍ଚାରେ ଥିଲେ। ସେ ନିକଟରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ବୟାନ ଦେଇ ଫ୍ୟାନ୍ସଙ୍କ ରାଗର ଶିକାର ହୋଇଥିଲେ । ହେଲେ ବର୍ତ୍ତମାନ ସେ ପୁଣି ଚର୍ଚ୍ଚାରେ। ଏଥର ସେ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି । ଆଜ୍ଞା ହଁ, ସେ ଲଣ୍ଡନରେ ପହଞ୍ଚିଛନ୍ତି। ଦୀର୍ଘ ସମୟରୁ ସେ ଲକଡାଉନ ପାଇଁ ଶାଶୁଘରେ ଥିଲେ । ସେହିପରି ଜୁନ 9 ରେ ତଥା ନିଜ ଜନ୍ମଦିନ ପୂର୍ବରୁ ବାପା ଅନିଲ କପୁରଙ୍କ ଘରକୁ ଯାଉଥିଲେ । ଆଉ ଏବେ ସେ ଲଣ୍ଡନରେ ପହଞ୍ଚିସାରିଛନ୍ତି । ଯାହାର ସୂଚନା ସେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ।
3 ମାସ ପରେ ଲଣ୍ଡନ ଫେରିଲେ ସୋନମ - 3 ମାସ ପରେ ଲଣ୍ଡନ ଫେରିଲେ ସୋନମ କପୁର
ସୋସିଆଲ ମିଡିଆରେ ଭିଡିଓ, ଫଟୋ ସେୟାର କରି ଚର୍ଚ୍ଚାରେ ସୋନମ କପୁର । ଦୀର୍ଘ ସମୟ ପରେ ଲଣ୍ଡନରେ ପହଞ୍ଚି ସେ ଭଲ ଅନୁଭବ କରୁଛନ୍ତି ବୋଲି ଜଣାଇଛନ୍ତି ।
![3 ମାସ ପରେ ଲଣ୍ଡନ ଫେରିଲେ ସୋନମ ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନମ କପୁର](https://etvbharatimages.akamaized.net/etvbharat/prod-images/768-512-8022933-232-8022933-1594728186697.jpg)
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନମ କପୁର
ସେ ନିକଟରେ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ଫଟୋ ସେୟାର କରିଥିଲେ। ଯେଉଁଥିରେ ସେ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ଫ୍ଲାଇଟରେ ମାସ୍କ ପିନ୍ଧି ବସିଥିବାର ନଜର ଆସୁଥିଲେ।
ସେହିପରି ଫ୍ଲାଇଟର ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଥିଲେ, ‘ଲଣ୍ଡନକୁ ଫେରିଛି। ଏତେ ସୁନ୍ଦର।’ ପ୍ରକାଶ ଥାଉକି ସେ ପାଖାପାଖି ତିନି ମାସ ଶାଶୁ ଘରେ ସମୟ ବିତାଇଥିଲେ । ମାର୍ଚ୍ଚରେ ଲଣ୍ଡନରୁ ଫେରି ସେ ନିଜକୁ ହୋମ କ୍ବାରେଣ୍ଟିନରେ କରିଥିଲେ।