ଓଡିଶା

odisha

By

Published : Oct 26, 2020, 4:15 PM IST

ETV Bharat / sitara

ପୁଣି ପରଦାରେ ଏକାଠି ହେବେ ଦେଓଲ ପରିବାର, ଆସିବ ‘ଅପନେ’ର ସିକ୍ବେଲ

13 ବର୍ଷ ପୁରୁଣା ଫିଲ୍ମ ‘ଅପନେ’କୁ ନେଇ ଚର୍ଚ୍ଚା । ନିର୍ମାଣ ହେବ ‘ଅପନେ’ର ସିକ୍ବେଲ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଦେଓଲ ପରିବାରକୁ ପରଦାରେ ଏକାଠି ଦେଖିବାକୁ ସବୁବେଳେ ଚାହୁଁଥିବା ଫ୍ୟାନ୍ସଙ୍କ ପାଇଁ ଗୁଡନ୍ୟୁଜ । ଶୁଣିବାକୁ ମିଳୁଛି ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ଅନିଲ ଶର୍ମା ଅଭିନେତା ସନ୍ନି ଦେଓଲ, ବବି ଦେଓଲ ଓ ଧର୍ମେନ୍ଦ୍ରଙ୍କୁ ନେଇ ଏକ ଫିଲ୍ମ ନିର୍ମାଣ କରିବେ। ଯାହାକୁ ନେଇ ଚର୍ଚ୍ଚା। ଏହି ଫିଲ୍ମ ସନ୍ନି, ବବି ଓ ଧର୍ମେନ୍ଦ୍ରଙ୍କ 2007ରେ ଆସିଥିବା ଫିଲ୍ମ ‘ଅପନେ’ର ସିକ୍ବେଲ। ଭିନ୍ନ କାହାଣୀକୁ ନେଇ ପର୍ଯ୍ୟବେଶିତ ହେବ ଫିଲ୍ମ।

ଦୀର୍ଘ ସମୟରୁ ‘ଅପନେ’ର ସିକ୍ବେଲକୁ ନେଇ କାମ କରିବାକୁ ଚାହୁଁଥିଲେ ଅନିଲ । ହେଲେ କିଛି ସମମ୍ୟା ପାଇଁ ଏହା ସମ୍ଭବ ହୋଇନଥିଲା । ଆଉ ଏବେ ତାଙ୍କ ହାତରେ ଲାଗିଛି ନୂଆ କାହାଣୀ । ଯାହା ଏହି ଫିଲ୍ମରେ ପର୍ଯ୍ୟବେଶିତ କରିବେ ସେ ।

ଖାଲି ଏତିକି ନୁହେଁ ଧର୍ମେନ୍ଦ୍ରଙ୍କୁ ମଧ୍ୟ ଅନିଲଙ୍କ ଏହି କାହାଣୀ ବେଶ୍ ପସନ୍ଦ ଆସିଛି । ଏଥି ପାଇଁ ସମସ୍ତଙ୍କ ସହମତିରେ ପାଖାପାଖି 13 ବର୍ଷ ପରେ ‘ଅପନେ’ର ସିକ୍ବେଲ ନିର୍ମାଣ ଯୋଜନା କରାଯାଇଛି।

ଫିଲ୍ମରେ ସନି, ବବି ଓ ଧର୍ମେନ୍ଦ୍ର ମୁଖ୍ୟ ଭୂମିକାରେ ଦେଖାଯିବେ । ହେଲେ ଏଯାବତ ଅନ୍ୟ ଷ୍ଟାରକାଷ୍ଟକୁ ନେଇ କୌଣସି ସୂଚନା ମିଳିନାହିଁ।

ABOUT THE AUTHOR

...view details