ଓଡିଶା

odisha

ETV Bharat / sitara

ଅଫତାବଙ୍କୁ କୋରୋନା - କୋରୋନା ସଂକ୍ରମିତ ଅଫତାବ

ଅଭିନେତା ଅଫତାବଙ୍କ କୋରୋନା ପଜିଟିଭ ବୋଲି ଜଣାପଡିଛି । ସେ ନିଜେ ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ ସେୟାର କରି ଏ ବିଷୟରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

aftab shivdasani tests positive for covid 19
କୋରୋନା ସଂକ୍ରମିତ ଅଫତାବ

By

Published : Sep 11, 2020, 8:17 PM IST

ମୁମ୍ବାଇ: ଅଭିନେତା ଅଫତାବଙ୍କ କୋରୋନା ପଜିଟିଭ ବୋଲି ଜଣାପଡିଛି । ବର୍ତ୍ତମାନ ସେ ହୋମ-ଆଇସୋଲେସନରେ ଅଛନ୍ତି ।

ଶୁକ୍ରବାର ଅଫତାବ ନିଜେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏ ବିଷୟରେ ସୂଚନା ଦେଇଛନ୍ତି ।

ଅଫତାବ ଲେଖିଛନ୍ତି, “ଆଶା କରୁଛି ଆପଣ ସମସ୍ତେ ଫିଟ୍ ଏବଂ ସୁସ୍ଥ ଥିବେ । କିଛି ଦିନ ହେବ ମୋର ଶୁଖିଲା କାଶ ଏବଂ ସାମାନ୍ୟ ଜ୍ବରର ଲକ୍ଷଣ ଦେଖାଦେଇଥିଲା । ଯାହା ପରେ ମୁଁ ମୋର କୋରୋନା ଟେଷ୍ଟ କରିଥିଲି । ଦୁର୍ଭାଗ୍ୟବଶତଃ ମୋର ରିପୋର୍ଟ ପଜିଟିଭ ବାହାରିଛି । ଡାକ୍ତରଙ୍କ କହିବା ଅନୁଯାୟୀ, ମୁଁ ବର୍ତ୍ତମାନ ହୋମ-ଆଇସୋଲେସନରେ ଅଛି । ମୁଁ ସମସ୍ତଙ୍କୁ ଅନୁରୋଧ କରେ ଯେଉଁମାନେ ମୋ ସହିତ ଯୋଗାଯୋଗରେ ଆସିଛନ୍ତି ଦୟାକରି ନିଜର କୋରୋନା ଟେଷ୍ଟ କରନ୍ତୁ । ଆପଣ ସମସ୍ତଙ୍କ ସମର୍ଥନ ଏବଂ ଶୁଭେଚ୍ଛା ସହିତ, ମୁଁ ଶୀଘ୍ର ସୁସ୍ଥ ହେବି ଏବଂ ସ୍ବାଭାବିକ ଅବସ୍ଥାକୁ ଫେରିବି ।

ଏଥିସହିତ ଅଫତାବ ପ୍ରଂଶସକମାନଙ୍କୁ ସାମାଜିକ ଦୂରତା ନିୟମ ପାଳନ କରିବା, ମାସ୍କ ପିନ୍ଧିବା ଏବଂ ସାନିଟାଇଜର ବ୍ୟବହାର କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ପ୍ରକାଶ ଥାଉ ଯେ, ନିକଟରେ ମଲାଇକା ଆରୋରା ଏବଂ ଅର୍ଜୁନ କପୁରଙ୍କ ମଧ୍ୟ କୋରୋନା ଟେଷ୍ଟ ପଜିଟିଭ ବାହାରିଥିଲା ।

ABOUT THE AUTHOR

...view details