ଓଡିଶା

odisha

ETV Bharat / sitara

ବାପା ଭାରତୀୟ ପୁଅ ପାକିସ୍ତାନୀ!

ପାକିସ୍ତାନରେ ରହି କାମ କରିବାକୁ ପସନ୍ଦ କରୁଛନ୍ତି ଅଦନାନଙ୍କ ପୁଅ ଅଜାନ ସାମୀ । ସେ ପିତାଙ୍କ ଇଚ୍ଛାକୁ ସବୁବେଳେ ସମ୍ମାନ କରିଆସୁଛନ୍ତି ବୋଲି ଏକ ସାକ୍ଷାତକାରରେ କହିଥିଲେ ।

ଡିଜାଇନ ଫଟୋ

By

Published : Sep 3, 2019, 9:28 PM IST

ମୁମ୍ବାଇ: ଭାରତୀୟ ନାଗରିକ ଏବଂ ଗାୟକ ଅଦନାନ ସାମୀ ସ୍ବାଧୀନତା ଦିବସରେ ଭାରତ ଦେଶ ପାଇଁ ପାକିସ୍ତାନକୁ କଡା ଜବାବ ଦେଇଥିଲେ । ଏବେ ତାଙ୍କ ପୁଅ ଅଜାନ ସାମୀଙ୍କ ଆଶ୍ଚର୍ଯ୍ୟକର ବୟାନ ସାମ୍ନାକୁ ଆସିଛି । ଗାୟକ ଅଜାନ କହିଛନ୍ତି କି ସେ ନିଜ ପିତାଙ୍କୁ ଖୁବ୍ ପ୍ରେମ କରନ୍ତି କିନ୍ତୁ ସେ ପାକିସ୍ତାନରେ ରହି କାମ କରିବାକୁ ପସନ୍ଦ କରୁଛନ୍ତି ।

ପାକିସ୍ତାନ ମିଡିଆରେ ଆସିଥିବା ଖବର ଅନୁଯାୟୀ ଅଜାନ ଦେଇଥିବା ଏକ ସାକ୍ଷାତକାରେ କହିଥିଲେ ଯେ ତାଙ୍କ ପିତା ରହିବା ପାଇଁ ଏକ ଦେଶ ବାଛିଛନ୍ତି , ଏହା ତାଙ୍କ ନିଷ୍ପତ୍ତି ଯାହାର ସମ୍ମାନ ସେ କରୁଛନ୍ତି । ଏବେ ସେ ପାକିସ୍ତାନରେ ରହି କାମ କରିବାକୁ ବାଛିଛନ୍ତି । ଯେଇଥିରେ ପିତାଙ୍କୁ ମଧ୍ୟ କୌଣସି ସମସ୍ୟା ହେବନାହିଁ । ପିତାଙ୍କ ସହ ତାଙ୍କର ଭଲ ସମ୍ପର୍କ ସବୁବେଳେ ରହିଆସୁଛି । କାମ ବିଷୟରେ ତାଙ୍କୁ ଠାରୁ ସେ ପରାର୍ମଶ ନିଅନ୍ତି । କିନ୍ତୁ ନିଜ ନିଜ ଜୀବନରେ କିଏ କେଉଁ ଠାରେ ରହିବେ ସେହି ନିଷ୍ପତ୍ତିକୁ ପରସ୍ପର ସମ୍ମାନ ମଧ୍ୟ ଦେଉଛନ୍ତି ।

ପ୍ରକାଶ ଥାଉକି ଅଦନାନ ଏବଂ ତାଙ୍କ ପୂର୍ବତମ ପତ୍ନୀ ତଥା ପାକିସ୍ତାନୀ ଅଭିନେତ୍ରୀ ଜୋବା ବଖତିୟାରଙ୍କ ପୁଅ ଅଜାନ । 2016ରେ ଭାରତୀୟ ନାଗରିକତା ହାସଲ କରିଥିବା ଅଦନାନ ପ୍ରାୟତଃ ପାକିସ୍ତାନ ବିଷୟରେ ସାର୍ବଜନିକ ଟିପ୍ପଣୀ କରିବାକୁ ନେଇ ବିବାଦରେ ଆସନ୍ତି।

ABOUT THE AUTHOR

...view details