ଓଡିଶା

odisha

ETV Bharat / sitara

ଅଦନାନଙ୍କୁ ପଦ୍ମଶ୍ରୀ ସମ୍ମାନ: ପ୍ରତିକ୍ରିୟା ରଖିଲେ ଗାୟକ ଶାହିଦ

କିଛି ଦିନ ତଳେ ଭାରତ ସରକାର ତରଫରୁ ଘୋଷଣା ହୋଇଥିଲା ଲୋକପ୍ରିୟ ଗାୟକ ଅଦନାନ ସାମୀଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରାଯିବେ । ଏହି ଘୋଷଣା ପରଠୁ ତାଙ୍କୁ ମିଳିବାକୁ ଯାଉଥିବା ଏହି ସମ୍ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ଅନେକ ଲୋକ ।

By

Published : Jan 31, 2020, 10:03 PM IST

adnan sami
ଡିଜାଇନ ଫଟୋ

ମୁମ୍ବାଇ: ଭାରତ ସରକାର ଯେବେଠୁ ଫେମସ ଗାୟକ ଅଦନାନ ସାମୀଙ୍କୁ ପଦ୍ମଶ୍ରୀ ସମ୍ମାନ ଦେବାକୁ ଘୋଷଣା କରିଛନ୍ତି । ସେହି ସମୟରୁ ଅନେକ ବିବାଦ ଦେଖିବାକୁ ମିଳୁଛି । ସରକାରଙ୍କ ତରଫରୁ ଅଦନାନଙ୍କୁ ମିଳିବାକୁ ଯାଉଥିବା ଏହି ସମ୍ମାନକୁ ସହଜରେ କିଛି ଲୋକ ହଜମ କରିପାରୁନାହିଁନ୍ତି । ସବୁ ମହଲରେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ଅଦନାନ ପାକିସ୍ତାନୀ ହୋଇଥିବାକୁ ନେଇ ଏହି ସମ୍ମାନ ଉପରେ ବିବାଦ ସୃଷ୍ଟି ହୋଇଛି । ଇତିମଧ୍ୟରେ ଫେମସ ଗାୟକ ଶାହିଦ ମାଲ୍ୟାଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି ।

ନିକଟରେ ଆଲବମ ‘କ୍ୟାଂ’ର ଟାଇଟଲ ଗୀତ ଲଞ୍ଚରେ ଗାୟକ ଶାହିଦ ପହଞ୍ଚିଥିଲେ । ଏହି ଗୀତକୁ ସେ ନିଜେ ଗାଇଛନ୍ତି । ଯେଉଁଥିରେ ଭାରତ, ପାକିସ୍ତାନର ଲଭଷ୍ଟୋରିକୁ ପର୍ଯ୍ୟବେଶିତ କରାଯାଇଛି । ମିଡିଆ ସହ କଥାବାର୍ତ୍ତା କରି ଶାହିଦ କହିଥିଲେ ଯେ ତାଙ୍କ ଅନୁଯାୟୀ ଅଦନାନଙ୍କୁ ଏତେ ବଡ ସାମ୍ମାନ ଦିଆଯାଉଛି । ତେବେ ସରକାର କିଛି ଭାବିଚିନ୍ତି କରିଥିବେ । ତାଙ୍କ ପାଖରୁ ଏହି ସମ୍ମାନକୁ ନିଆଯିବା କଥା ନୁହେଁ । ଆଉ ବର୍ତ୍ତମାନ ସେ ଭାରତର ନାଗରିକ । କାରଣ ତାଙ୍କୁ ନାଗରିକତା ମିଳିସାରିଛି । ସେ ଜଣେ ପ୍ରତିଭାଶାଳୀ ବ୍ୟକ୍ତିତ୍ବ । ଏହି ସମ୍ମାନର ମଧ୍ୟ ହକଦାର ।

ABOUT THE AUTHOR

...view details