ଓଡିଶା

odisha

ETV Bharat / sitara

ଝିଅକୁ ନେଇ ଚିନ୍ତିତ ଅଦନାନ, ରଖିଲେ ପ୍ରତିକ୍ରିୟା

ସବୁବେଳେ ସାମାଜିକ, ରାଜନୈତିକ ପ୍ରସଙ୍ଗ ଉପରେ ବୟାନ ଦେଇଥିବା ଲୋକପ୍ରିୟ ଗାୟକ ଅଦନାନ ସାମୀ ଦେଶର ବର୍ତ୍ତମାନ ପରିସ୍ଥିତିକୁ ନେଇ ଏବେ ବୟାନ ଦେଇଛନ୍ତି।

By

Published : May 24, 2020, 11:45 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଦନାନ ସାମୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଦନାନ ସାମୀ

ମୁମ୍ବାଇ: ବର୍ତ୍ତମାନ ପୁରା ବିଶ୍ବରେ କୋରୋନା ଭାଇରସର ତାଣ୍ଡବ। ଯାହାକୁ ନେଇ ଅସୁବିଧାରେ ଦେଶବାସୀ। ଜନସାଧାରଣଙ୍କ ଠୁ ନେଇ ସେଲିବ୍ରିଟି ନିଜ ନିଜ ସକ୍ଷମ ଅନୁଯାୟୀ ସହଯୋଗ କରିବାରେ ଲାଗିଛନ୍ତି। ଇତିମଧ୍ୟରେ ଫେମସ ଗାୟକ ଅଦନାନ ସାମୀ ନିଜ ବୟାନକୁ ନେଇ ଚର୍ଚ୍ଚାରେ। ବର୍ତ୍ତମାନ ନିଜ ଝିଅକୁ ନେଇ ଚିନ୍ତିତ।

ଅଦନାନ କହିଛନ୍ତି ଯେ ଏହି ସମୟରେ ଆମ ପିଲାମାନଙ୍କର ସମ୍ପୂର୍ଣ୍ଣ ଯତ୍ନ ନେବା ଉଚିତ୍। ମାନସିକ ଏବଂ ଶାରୀରିକ ସ୍ତରରେ ଆମେ ସେମାନଙ୍କର ସମ୍ପୂର୍ଣ୍ଣ ଯତ୍ନ ନେବାର ଆବଶ୍ୟକ ଅଛି। ଆମେ ପିଲାମାନଙ୍କ ବିଷୟରେ ଅଧିକ କଥାବାର୍ତ୍ତା କରୁନାହୁଁ। ଯାହାଦ୍ବାରା ପିଲାମାନେ ଅନଲାଇନ ଭିଡିଓ ଦେଖନ୍ତି। ଭିଡିଓରେ ପିଲାମାନେ ବାହାରେ ଖେଳୁଥିବାର ଅନେକ ଦୃଶ୍ୟ ସେମାନଙ୍କ ସାମ୍ନାରେ ଆସେ। ତେଣୁ ସେମାନେ ଆଶ୍ଚର୍ଯ୍ୟ ହୁଅନ୍ତି ଯେ କାହିଁକି ବାହାରକୁ ଯାଇପାରୁନାହଁନ୍ତି।

ଏହି ସମୟ ଏକଦା ଅତିବାହିତ ହୋଇଯିବ। କିନ୍ତୁ ସେ ଚାହୁଁନାହାଁନ୍ତି ତାଙ୍କ ଝିଅ ନିଜ ଜୀବନରେ ଏପରି ଖରାପ ସ୍ମୃତି ରଖନ୍ତୁ | ଏଥିନିମନ୍ତେ ସେ ଓ ତାଙ୍କ ପତ୍ନୀ ଝିଅଙ୍କ ସହ ପୁରା ସମୟ ବିତାଉଛନ୍ତି | ତାଙ୍କର ସମ୍ପୂର୍ଣ୍ଣ ଯତ୍ନ ମଧ୍ୟ ନେଉଛନ୍ତି ବୋଲି କହିଛନ୍ତି ସେ।

ABOUT THE AUTHOR

...view details