ମୁମ୍ବାଇ: ଦେଶରେ ବଢିଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏଥରୁ ଦେଶବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ କେବେଠୁ ସରକାର ଟୀକାକରଣ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି । ଆସନ୍ତା ମେ 1 ତାରିଖରେ 18 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଇତିମଧ୍ୟରେ ଲୋକପ୍ରିୟ ଗାୟକ ଅଦନାନ ସାମୀ ରହିବାର ଭ୍ୟାକ୍ସିନ ନେଇ ଫ୍ୟାନ୍ସଙ୍କୁ ସଚେତନା ବାର୍ତ୍ତା ବାଣ୍ଟିଛନ୍ତି।
ସେ ଭ୍ୟାକ୍ସିନ ନେଉଥିବାର ସମୟର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ଏହି ମାରାତ୍ମକ ମହାମାରୀରୁ ଆମେ ନିଜକୁ ସୁରକ୍ଷିତ ରଖିବାର ଏକମାତ୍ର ଉପାୟ ହେଉଛି ନିଜକୁ ଟୀକାକରଣ କରାଇବା । ମୁଁ ନିଜକୁ ଟୀକାକରଣ କଲି । ଏହା ଏକ ଅତ୍ୟନ୍ତ ସୁରକ୍ଷିତ ଅନୁଭବ । ଯାଅ ଏବଂ କର । ଟିକା ବିଷୟରେ ଭୁଲ କାହାଣୀ ଶୁଣନ୍ତୁ ନାହିଁ । ସମସ୍ତ ଟିକା ସୁରକ୍ଷା ପାଇଁ ଭଲ ।’