ଓଡିଶା

odisha

ETV Bharat / sitara

ରିଲିଜ ହେଲା ‘ମଲଙ୍ଗ’ର ଦ୍ବିତୀୟ ରୋମାଣ୍ଟିକ ଗୀତ ‘ହମରାହ’

ଫେବୃଆରୀ 7ରେ ରିଲିଜ ହେବାକୁ ପ୍ରସ୍ତୁତ ମୋହିତ ସୁରୀଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ମଲଙ୍ଗ’ । ଏହାପୂର୍ବରୁ ଧିରେ ଧିରେ କରି ମେକର୍ସ ଫିଲ୍ମର ଗୀତ ରିଲିଜ କରିବାରେ ଲାଗିଛନ୍ତି । କିଛି ଦିନ ପୂର୍ବରୁ ଫିଲ୍ମର ପ୍ରଥମ ଗୀତ ‘ଚଲ ଘର ଚଲେ’ ରିଲିଜ ହୋଇଥିଲା ।

By

Published : Jan 23, 2020, 7:07 PM IST

malang new romantic song released
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦିଶା ପଟାନୀ

ମୁମ୍ବାଇ: ହ୍ୟାଣ୍ଡସମ ଆଦିତ୍ୟ ରାୟ କପୁର ଓ ଦିଶା ପଟାନୀଙ୍କ ଚର୍ଚ୍ଚିତ ଫିଲ୍ମ ‘ମଲଙ୍ଗ’ ବର୍ତ୍ତମାନ ଚର୍ଚ୍ଚାରେ । ନିକଟରେ ରିଲିଜ ହୋଇଥିବା ଫିଲ୍ମର ଜବରଦସ୍ତ ଟ୍ରେଲର ଓ ରୋମାଣ୍ଟିକ ଗୀତକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ । ଆଉ ଏବେ ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢାଇ ଦେଇଛି ଫିଲ୍ମର ନୂଆ ଗୀତ ‘ହମରାହ’ । ଯାହା ଗୁରୁବାର ରିଲିଜ କରିଛନ୍ତି ମେକର୍ସ । ଗୀତରେ ଆଦିତ୍ୟ ଓ ଦିଶା ସ୍କାଇ ଡାଇଭିଂ, ରାଇଡିଂ କ୍ବାଡବାଇକ୍ସ ଭଳି ଆଡଭେଞ୍ଚର ଗେମ୍ସ ଏନଜୟ କରୁଥିବାର ନଜର ଆସୁଛନ୍ତି । ଦିଶାଙ୍କ ବିକିନି ଷ୍ଟାଇଲ ଫ୍ୟାନ୍ସଙ୍କୁ ପୁଣି ଦିୱାନା କରିଛି ।

‘ହମରାହ’ ଗୀତକୁ କୁନାଲ ବର୍ମା ଲେଖିଥିବା ବେଳେ ସଚେତ ଟଣ୍ଡନ ଗାଇଛନ୍ତି । ରିଲିଜ ହେବା ମାତ୍ରେ ଗୀତକୁ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଲାଣି । ଯେପରି ‘ମଲଙ୍ଗ’ର ଟ୍ରେଲରକୁ ଶାନଦାର କରାଯାଇଥିଲା । ସେହିପରି ‘ହମରାହ’ ଗୀତକୁ କଲରଫୁଲ ଢଙ୍ଗରେ ପର୍ଯ୍ୟବେଶିତ କରାଯାଇଛି ।

ପ୍ରକାଶ ଥାଉକି ଏହି ଥ୍ରିଲର, ଆକ୍ସନ ଡ୍ରାମାରେ ଫିଲ୍ମରେ ଏହି ଦୁଇ ଷ୍ଟାରଙ୍କ ବ୍ୟତୀତ ଅନିଲ କପୁର ଓ କୁନାଲ ଖେମୁ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଟ୍ରେଲରରେ ଦୁଇଜଣଙ୍କ ଖଳନାୟକ ଭୂମିକା ଦେଖିବାକୁ ପାଇଥିଲେ ଦର୍ଶକ । ଫେବୃଆରୀ 7ରେ ରିଲିଜ ହେବାକୁ ଯାଉଛି ଏହି ଫିଲ୍ମ । ସେହିପରି ନିର୍ମାତା ମୋହିତ ସୁରୀଙ୍କ ସହ ଏହା ଆଦିତ୍ୟଙ୍କ ଦ୍ବିତୀୟ ଫିଲ୍ମ । ଏହାପୂର୍ବରୁ ଦୁଇଜଣ ବ୍ଲକବଷ୍ଟର ଫିଲ୍ମ ‘ଆଶିକୀ-2’ରେ ଏକାଠି କାମ କରିଥିଲେ । ଏହି ଫିଲ୍ମ ଜରିଆରେ ଆଦିତ୍ୟ ରାତାରାତି ବଲିଉଡର ଫେମସ ଷ୍ଟାର ସାଜିଥିଲେ ।

ABOUT THE AUTHOR

...view details