ଓଡିଶା

odisha

ETV Bharat / sitara

ରୋମାଣ୍ଟିକ ମୁଡରେ ଆଦିତ୍ୟ-ଦିଶା, ଦେଖନ୍ତୁ ଭିଡିଓ

ଫେବୃଆରୀ 7ରେ ରିଲିଜ ହେବାକୁ ପ୍ରସ୍ତୁତ ମଲ୍ଟି ଷ୍ଟାରର ଫିଲ୍ମ ‘ମଲଙ୍ଗ’। ଏହି ଥ୍ରିଲର, ଆକ୍ସନ ଡ୍ରାମା ଫିଲ୍ମର ନୂଆ ଗୀତ ‘ଚଲ ଘର ଚଲେ’ ରିଲିଜ। ପୂର୍ବରୁ ରିଲିଜ ହୋଇଯାଇଛି ଫିଲ୍ମର ଟ୍ରେଲର।

By

Published : Jan 10, 2020, 7:17 PM IST

malang romantic song
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦିଶା ପାଟନୀ

ମୁମ୍ବାଇ: ନିକଟରେ ହ୍ୟାଣ୍ଡସମ ଆକ୍ଟର ଆଦିତ୍ୟ ରାୟ କପୁର ଓ ଦିଶା ପାଟନୀଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ମଲଙ୍ଗ’ ର ଦମଦାର ଟ୍ରେଲର ରିଲିଜ ହୋଇଥିଲା। ଫିଲ୍ମର ଟ୍ରେଲରକୁ ଦର୍ଶକ ଓ କ୍ରିଟିକ୍ସିଙ୍କ ଶାନଦାର ପ୍ରତିକ୍ରିୟା ମିଳିଥିଲା । ଯାହାପରେ ଫିଲ୍ମ ଦେଖିବାକୁ ବ୍ୟାକୁଳ ନଜର ଆସୁଛନ୍ତି ଦର୍ଶକେ। ଇତିମଧ୍ୟରେ ‘ମଲଙ୍ଗ’ ମେକର୍ସ ଫିଲ୍ମର ନୂଆ ରୋମାଣ୍ଟିକ ଗୀତ ରିଲିଜ କରି ଦର୍ଶକଙ୍କ ଏକ୍ସାଇଟମେଣ୍ଟ ଖୁବ୍ ବଢାଇ ଦେଇଛନ୍ତି। ଗୀତ ‘ଚଲ ଘର ଚଲେ’ରେ ଦିଶା ଓ ଆଦିତ୍ୟଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳୁଛି।

ଗୀତରେ ଯେତେ ରୋମାଣ୍ଟିକ ସିନ ଦେଖିବାକୁ ମିଳୁଛି ସେତିକି ଆଦିତ୍ୟଙ୍କ କ୍ରୋଧଭରା ଅନ୍ଦାଜ ମଧ୍ୟ ଦର୍ଶକଙ୍କୁ ଦିୱାନା କରିଦେଇଛି। ରାତିର ଅନ୍ଧାରରେ ନିଜ ଗାର୍ଲଫ୍ରେଣ୍ଡ କଥା ଭାବିବା ସହ ଲୋକଙ୍କ ହତ୍ୟା କରୁଥିବାର ମଧ୍ୟ ନଜର ଆସୁଛନ୍ତି ଆଦିତ୍ୟ। ଗୀତରେ ଆପଣ ଆଦିତ୍ୟ ଓ ଦିଶାଙ୍କ ଶାନଦାର ରୋମାନ୍ସ ଦେଖିବେ।

‘ଚଲ ଘର ଚଲେ’ ଗୀତରେ ଶାନଦାର କଣ୍ଠ ଦେଇଛନ୍ତି ଅରିଜିତ ସିଂ। ସବୁବେଳେ ନିଜ ରୋମାଣ୍ଟ କଣ୍ଠ ପାଇଁ ଚର୍ଚ୍ଚାରେ ରହୁଥିବା ଅରିଜିତ ଏହି ଗୀତରେ ମଧ୍ୟ ରୋମାଣ୍ଟିକ ତଡକା ଲଗାଇଛନ୍ତି। ସେହିପରି ଗୀତର ଲିରିକ୍ସ ସାଈଦ କାଦରୀ ଲେଖିଥିବା ବେଳେ ମ୍ୟୁଜିକ କମ୍ପୋଜ କରିଛନ୍ତି ମିଥୁନ। ‘ମଲଙ୍ଗ’ରେ ଆଦିତ୍ୟ ଓ ଦିଶାଙ୍କ ବ୍ୟତୀତ ବି-ଟାଉନର ମିଷ୍ଟର ଝକାସ୍ ଅନିଲ କପୁର ଓ କୁନାଲ ଖେମୁ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ।

ନିର୍ଦ୍ଦେଶକ ମୋହିତ ସୁରୀଙ୍କ ଦ୍ବାରା ନିର୍ଦ୍ଦେଶିତ ଓ ଲଭ ରଞ୍ଜନ, ଭୂଷଣ କୁମାରଙ୍କ ପ୍ରଯୋଜିତ ଏହି ଫିଲ୍ମ ଏବର୍ଷ ଫେବୃଆରୀ 7ରେ ରିଲିଜ ହେବାକୁ ଯାଉଛି।

ABOUT THE AUTHOR

...view details