ଓଡିଶା

odisha

ETV Bharat / sitara

ବାପା ହେବେ ଆଦିତ୍ୟ, ଫଟୋ ସେୟାର କରି ଲେଖିଲେ #BabyOnTheWay - ବାପା ହେବେ ଆଦିତ୍ୟ

ଆଦିତ୍ୟ ଖୁବ୍ ଶୀଘ୍ର ବାପା ହେବାକୁ ଯାଉଛନ୍ତି । ସୋମବାର ସୋସିଆଲ ମିଡିଆରେ ଆଦିତ୍ୟ ତାଙ୍କ ପତ୍ନୀଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି। ଅଧିକ ପଢନ୍ତୁ

ବାପା ହେବେ ଆଦିତ୍ୟ, ଶ୍ବେତାଙ୍କ ସହ ଫଟୋ ସେୟାର କରି ଲେଖିଲେ #BabyOnTheWay
ବାପା ହେବେ ଆଦିତ୍ୟ, ଶ୍ବେତାଙ୍କ ସହ ଫଟୋ ସେୟାର କରି ଲେଖିଲେ #BabyOnTheWay

By

Published : Jan 24, 2022, 2:51 PM IST

ହାଇଦ୍ରାବାଦ:ଗାୟକ ତଥା ଉପସ୍ଥାପକ ଆଦିତ୍ୟ ନାରାୟଣଙ୍କ ଘରୁ ଏକ ବଡ଼ ଖବର ଆସିଛି। ଆଦିତ୍ୟ ଖୁବ୍ ଶୀଘ୍ର ବାପା ଏବଂ ଗାୟକ ଉଦିତ ନାରାୟଣ ଜେଜେ ହେବାକୁ ଯାଉଛନ୍ତି । ସୋମବାର ସୋସିଆଲ ମିଡିଆରେ ଆଦିତ୍ୟ ତାଙ୍କ ପତ୍ନୀଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି। ଆଦିତ୍ୟ 2020 ମସିହାରେ ଶ୍ବେତା ଅଗ୍ରୱାଲଙ୍କୁ ବିବାହ କରିଥିଲେ ।

ଇନଷ୍ଟାଗ୍ରାମ ଆକାଉଣ୍ଟରେ ଆଦିତ୍ୟ ନାରାୟଣ ତାଙ୍କ ପତ୍ନୀ ଶ୍ବେତାଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି | ଏହି ଫଟୋରେ ଶ୍ବେତାଙ୍କ ବେବି ବମ୍ପ ନଜର ଆସୁଛି ଏବଂ ସେ ଖୁବ୍ ଶୀଘ୍ର ମାଆ ହେବାକୁ ଯାଉଛନ୍ତି । ଫଟୋରେ ଦୁହେଁ ବହୁତ ଖୁସି ଦେଖାଯାଉଛନ୍ତି | ଆଦିତ୍ୟ କ୍ୟାପସନରେ ଲେଖିଛନ୍ତି, 'ଶ୍ବେତା ଏବଂ ମୁଁ ଏହାକୁ ସେୟାର କରିବା ସହିତ କୃତଜ୍ଞ ଏବଂ ଧନ୍ୟ ମନେ କରୁଛି, ଆମେ ଶୀଘ୍ର ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ଯାଉଛୁ' # BabyOnTheWay'

ଆଦିତ୍ୟ ନାରାୟଣ ଏକ ସାକ୍ଷାତକାରରେ ପତ୍ନୀ ଶ୍ବେତାଙ୍କ ଗର୍ଭଧାରଣ ବିଷୟରେ ପ୍ରକାଶ କରିଛନ୍ତି। ଆଦିତ୍ୟ କହିଛନ୍ତି, 'ଶ୍ବେତା ଏବଂ ମୁଁ ଆମ ଜୀବନର ଏହି ନୂଆ ଆରମ୍ଭକୁ ଅପେକ୍ଷା କରିଛୁ, ଏହା ସମ୍ପୂର୍ଣ୍ଣ ଭିନ୍ନ ଅନୁଭବ, ମୁଁ ସବୁବେଳେ ପିଲାମାନଙ୍କୁ ବହୁତ ଭଲପାଏ ଏବଂ ମୁଁ ଦିନେ ପିତା ହେବାକୁ ଚାହୁଁଥିଲି। ବର୍ତ୍ତମାନ, ଶ୍ବେତାଙ୍କୁ ଅଧିକ କାମ କରିବାକୁ ପଡିପାରେ, ଯେହେତୁ ମୁଁ କୌଣସି ପିଲାଠାରୁ କମ୍ ନୁହେଁ।

ଆଦିତ୍ୟ ଆହୁରି କହିଛନ୍ତି, 'ମୁଁ ଝିଅକୁ ଖୋଲାଖୋଲି ଭାବେ ସ୍ବାଗତ କରିବାକୁ ଚାହେଁ, କାରଣ ପିତାମାନେ ସେମାନଙ୍କ ଝିଅମାନଙ୍କ ନିକଟତର' । ମୋ ବାପା-ମାଆ ଉଭୟ ଖୁସି ଅଛନ୍ତି କାରଣ ସେମାନେ ଶୀଘ୍ର ଜେଜେବାପା-ଜେଜେମାଆ ହେବାକୁ ଯାଉଛନ୍ତି, କିନ୍ତୁ ମୋ ବାପା (ଗାୟକ ଉଦିତ ନାରାୟଣ) ଖୁସି ପ୍ରକାଶ କରିବାରେ ମୋ ପରି ଟିକେ ଲାଜକୁଳା ଅଟନ୍ତି’। ସୋସିଆଲ ମିଡିଆରେ ଅନେକ ପ୍ରଶଂସକ ଏବଂ ସେଲିବ୍ରେଟି ଆଦିତ୍ୟଙ୍କୁ ଶୁଭେଚ୍ଛା ପଠାଇବା ଆରମ୍ଭ କରିଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details