ହାଇଦ୍ରାବାଦ:ବଲିଉଡ ଅଭିନେତ୍ରୀ ୟାମି ଗୌତମଙ୍କ ଫିଲ୍ମ 'A Thursday'ର ଟ୍ରେଲର ଦେଖିବା ପରେ ତାଙ୍କ ସ୍ବାମୀ ଆଦିତ୍ୟ ଧର ବହୁତ ଡରି ଯାଇଛନ୍ତି । କେବଳ ସେତିକି ନୁହେଁ, ସେ ତାଙ୍କ ସହ ଘରେ ରହିବାକୁ ବହୁତ ଡରୁଛନ୍ତି । ଆମେ ଏହା କହୁ ନାହୁଁ, ଆଦିତ୍ୟ ଧର ନିଜେ ଟ୍ବିଟରରେ ସ୍ବୀକାର କରିଛନ୍ତି । ସସପେନ୍ସ ଥ୍ରୀଲର ଡ୍ରାମା ଚଳଚ୍ଚିତ୍ର 'A Thursday'ରେ ୟାମି ଗୌତମ ଜଣେ ଅପହରଣକାରୀ ଭୂମିକାରେ ଅଭିନୟ କରୁଛନ୍ତି, ଯିଏ ବିଦ୍ୟାଳୟରେ ନିରୀହ ଛୋଟ ପିଲାମାନଙ୍କୁ ଅପହରଣ କରିନେଉଛନ୍ତି ।
ଫିଲ୍ମର ଟ୍ରେଲର ସେୟାର କରି ଆଦିତ୍ୟ ଧର ଲେଖିଛନ୍ତି, ତୁମ ସହ ଘର ସେୟାର କରିବାକୁ ମୁଁ ଡରୁଛି । ଏହି ଟ୍ବିଟକୁ ରିପୋଷ୍ଟ କରି ୟାମି ଲେଖିଛନ୍ତି, 'ହାହାହା !!! ଭୟ କରିବାର କିଛି ନାହିଁ... ଶୀଘ୍ର ଘରେ ଦେଖା ହେବ ।' ୟାମି ଗୌତମଙ୍କ ଫିଲ୍ମର ଟ୍ରେଲର ଦର୍ଶକଙ୍କ ଠାରୁ ବହୁତ ଭଲ ପ୍ରତିକ୍ରିୟା ପାଇବାରେ ଲାଗିଛି ।