ଓଡିଶା

odisha

Adipurush ରଚିବ ଇତିହାସ: 15ଟି ଭାଷା ଓ 20 ହଜାର ସ୍କ୍ରିନରେ ରିଲିଜ୍ ହେବ ପ୍ରଭାସଙ୍କ ଫିଲ୍ମ

By

Published : Jan 29, 2022, 4:44 PM IST

ପ୍ରଭାସ, ସୈଫ ଅଲୀ ଖାନ, କ୍ରିତି ସାନନ ଏବଂ ସନ୍ନି ସିଂଙ୍କ ଅଭିନୀତ ଚଳଚ୍ଚିତ୍ର ଆଦିପୁରୁଷ ଏକ ନୂଆ ରେକର୍ଡ ସୃଷ୍ଟି କରିବାକୁ ଯାଉଛି । ଭାରତୀୟ ଭାଷା ଏବଂ ଇଂରାଜୀ ବ୍ୟତୀତ ଇଣ୍ଡୋନେସିଆ, ଶ୍ରୀଲଙ୍କା, ଜାପାନ ଏବଂ ଚୀନ୍‌ର ବିଭିନ୍ନ ଭାଷାରେ ଏହି ଚଳଚ୍ଚିତ୍ରକୁ ସାରା ବିଶ୍ୱରେ ମୁକ୍ତ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଅଧିକ ପଢନ୍ତୁ

 ଆଦିପୁରୁଷ ରଚିବ ଇତିହାସ: 15ଟି ଭାଷା ଏବଂ 20 ହଜାର ସ୍କ୍ରିନରେ ରିଲିଜ୍ ହେବ ପ୍ରଭାସଙ୍କ ଫିଲ୍ମ
ଆଦିପୁରୁଷ ରଚିବ ଇତିହାସ: 15ଟି ଭାଷା ଏବଂ 20 ହଜାର ସ୍କ୍ରିନରେ ରିଲିଜ୍ ହେବ ପ୍ରଭାସଙ୍କ ଫିଲ୍ମ

ହାଇଦ୍ରାବାଦ: 'ବାହୁବଲୀ' ତାରକା ପ୍ରଭାସ ପୁଣିଥରେ ସିନେମା ଜଗତରେ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି । ଚଳଚ୍ଚିତ୍ର 'ବାହୁବଲୀ' ସହିତ ସାରା ବିଶ୍ୱରେ ଲୋକପ୍ରିୟ ହୋଇଥିବା ଅଭିନେତା ପ୍ରଭାସ ଏବେ ତାଙ୍କର ମେଗା-ବଜେଟ୍ ପ୍ୟାନ୍ ଇଣ୍ଡିଆ ଚଳଚ୍ଚିତ୍ର 'ଆଦିପୁରୁଷ' ପାଇଁ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମ 'ଆଦିପୁରୁଷ' 20 ହଜାରରୁ ଅଧିକ ପରଦାରେ ଏବଂ 15ଟି ଭାଷାରେ ସାରା ବିଶ୍ୱରେ ମୁକ୍ତିଲାଭ କରିବ।

ଫିଲ୍ମର ନିର୍ମାଣ ବଜେଟ୍ ମଧ୍ୟ 400 କୋଟିରେ ପହଞ୍ଚିଛି। ଯଦି ଏପରି ହୁଏ, ତେବେ 'ଆଦିପୁରୁଷ' ଭାରତୀୟ ସିନେମାରେ ପ୍ରଥମ ଚଳଚ୍ଚିତ୍ର ହେବ । ମିଡିଆ ରିପୋର୍ଟ ଅନୁଯାୟୀ ପ୍ରଭାସ, ସୈଫ ଅଲୀ ଖାନ, କ୍ରିତି ସାନନ ଏବଂ ସନ୍ନି ସିଂ ଷ୍ଟାରର ଫିଲ୍ମ 'ଆଦିପୁରୁଷ' ଏକ ନୂଆ ରେକର୍ଡ ସୃଷ୍ଟି କରିବାକୁ ଯାଉଛି। ଭାରତୀୟ ଭାଷା ଏବଂ ଇଂରାଜୀ ବ୍ୟତୀତ ଇଣ୍ଡୋନେସିଆ, ଶ୍ରୀଲଙ୍କା, ଜାପାନ ଏବଂ ଚୀନ୍‌ର ବିଭିନ୍ନ ଭାଷାରେ ଏହି ଚଳଚ୍ଚିତ୍ରକୁ ସାରା ବିଶ୍ୱରେ ମୁକ୍ତ କରିବା ପାଇଁ ପ୍ରସ୍ତୁତି ଚାଲିଛି ।

20 ହଜାରରୁ ଅଧିକ ପରଦାରେ ଫିଲ୍ମ 'ଆଦିପୁରୁଷ' ପ୍ରଦର୍ଶିତ ହେବ । ଏଭଳି ପରିସ୍ଥିତିରେ ଫିଲ୍ମର ନିର୍ମାଣ ବଜେଟ୍ 400 କୋଟିରେ ପହଞ୍ଚିଛି। ଓମ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଆଦିପୁରୁଷ' ଚଳିତ ବର୍ଷ ଅଗଷ୍ଟ 11ରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ ପ୍ରଭାସ ଭଗବାନ୍ 'ରାମ', କ୍ରିତି ସାନନ୍ 'ସୀତା', ସନ୍ନି ସିଂ 'ଲକ୍ଷ୍ମଣ' ଏବଂ ସୈଫ ଅଲି ଖାନ୍ 'ରାବଣ' ଭୂମିକାରେ ନଜର ଆସିବେ। ଓମ ରାଉତ ଏହା ପୂର୍ବରୁ ଅଜୟ ଦେବଗନ ଏବଂ ସୈଫ ଅଲୀ ଖାନଙ୍କୁ ନେଇ ଫିଲ୍ମ 'ତାହ୍ନା ଜୀ'ର ନିର୍ଦ୍ଦେଶନା ଦେଇଛନ୍ତି। ଚଳଚ୍ଚିତ୍ର 'ତାହ୍ନା ଜୀ' 2020ର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ବୋଲି ପ୍ରମାଣିତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details