ଓଡିଶା

odisha

ETV Bharat / sitara

ଭୂମିଙ୍କୁ ଘାରିଛି ଜଳବାୟୁ ଚିନ୍ତା, ବାଣ୍ଟିବେ ସଚେତନତା - ଅଭିନେତ୍ରୀ ଭୁମି ପେଡନେକରଙ୍କ ନ୍ୟୁଜ

ଜଳବାୟୁ ସଚେତନ ପାଇଁ ‘କାଉଣ୍ଟ୍ ଅସ୍ ଇନ୍’ ନାମକ ବିଶ୍ବ ନାଗରିକ ପଦକ୍ଷେପ ସହ ସାମିଲ ହେଲେ ଭୂମି । ଏବେ ଜଳବାୟୁ ସମ୍ବନ୍ଧୀୟ ବାର୍ତ୍ତା ବାଣ୍ଟିବେ ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

By

Published : Dec 17, 2020, 1:40 PM IST

ମୁମ୍ବାଇ: ଅଭିନେତ୍ରୀ ଭୂମି ପେଡନେକର ମଧ୍ୟ ଜଣେ ଜଳବାୟୁ ଯୋଦ୍ଧା, ଏବଂ ସେ ବର୍ତ୍ତମାନ କାର୍ବନ ଫୁଟ୍‌ପ୍ରିଣ୍ଟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ନୂତନ ପ୍ରୟାସ ଆରମ୍ଭ କରିଛନ୍ତି । ଭୂମି ଜଳବାୟୁ ସଚେତନ ପାଇଁ ‘କାଉଣ୍ଟ୍ ଅସ୍ ଇନ୍’ ନାମକ ବିଶ୍ବ ନାଗରିକ ପଦକ୍ଷେପ ସହିତ ହାତ ମିଳାଇଛନ୍ତି । ସେ କାର୍ବନ ଫୁଟ୍‌ପ୍ରିଣ୍ଟ ହ୍ରାସ ଦିଗରେ ଭାରତୀୟଙ୍କୁ ପ୍ରେରଣା ଏବଂ ଶିକ୍ଷା ଦେବା ପାଇଁ ଘନିଷ୍ଠ ଭାବରେ କାର୍ଯ୍ୟ କରିବେ ।

ଏହା ବିଷୟରେ ସେ ଆଲୋଚନା କରି କହିଛନ୍ତି, ‘ପରିବେଶର ସୁରକ୍ଷା ମୋର ଜୀବନର ମିଶନ ପାଲଟିଛି ଏବଂ ମୁଁ ଭାରତରେ ଜଳବାୟୁ ପରିବର୍ତ୍ତନ ପ୍ରତି ଅଧିକ ସଚେତନତା ସୃଷ୍ଟି କରିବାକୁ କାଉଣ୍ଟ୍ ଅସ୍ ଇନ୍ ସହ ସହଭାଗୀ ହୋଇ ଆନନ୍ଦିତ । ଖ୍ରୀଷ୍ଟିଆନା ଫିଗୁରେସ୍ ଜଣେ ପ୍ରେରଣାଦାୟକ ମଣିଷ ଯିଏ ପୃଥିବୀକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ଏବଂ ମୁଁ ତାଙ୍କ ସହ ମୋ ଦେଶରେ ଏହି ପ୍ରସଙ୍ଗରେ କାମ କରିବାକୁ ଉତ୍ସାହିତ ଅଟେ । ଆମ ସମସ୍ତଙ୍କୁ ହାତ ମିଳାଇବାକୁ ପଡିବ ଏବଂ ଆମ ଗ୍ରହର ସୁରକ୍ଷା ଦିଗରେ ନିରନ୍ତର କାର୍ଯ୍ୟ କରିବାକୁ ପଡିବ କାରଣ ଆମ ଗ୍ରହ ଧିରେ ଧିରେ ନଷ୍ଟ ହେବାରେ ଲାଗିଛି ।’

ପ୍ରକାଶ ଥାଉକି ଗତ 11 ତାରିଖରେ ତାଙ୍କ ଅଭିନୀତ ହରର ଡ୍ରାମା ଫିଲ୍ମ ‘ଦୁର୍ବାମତୀ’ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା । ଯାହାର ପ୍ରଯୋଜନା ଦାୟିତ୍ବ ତୁଲାଇଛନ୍ତି ସୁପରଷ୍ଟାର ଅକ୍ଷୟ କୁମାର । ଫିଲ୍ମକୁ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା ।

@IANS

ABOUT THE AUTHOR

...view details