ଓଡିଶା

odisha

ନିଜ କାମକୁ ନେଇ ଖୁଲାସା କଲେ ବିଦ୍ୟା

By

Published : Jun 15, 2021, 2:13 PM IST

ଚ୍ୟାଲେଞ୍ଜଭରା କାମ କରିବାକୁ ସବୁବେଳେ ଚେଷ୍ଟ କରନ୍ତି ବିଦ୍ୟା । ଯାହାଦ୍ବାରା ସେ ପ୍ରେରଣା ପାଇ ପାରିବେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଦ୍ୟା ବାଲନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଦ୍ୟା ବାଲନ

ମୁମ୍ବାଇ: ଅଭିନେତ୍ରୀ ବିଦ୍ୟା ବାଲନ ଖୁବଶୀଘ୍ର ଆକ୍ସନ ଡ୍ରାମା ଫିଲ୍ମ ‘ସେରନୀ’ ନେଇ ପରଦାରେ ନଜର ଆସିବେ । ଶେଷଥର ସେ ଶକୁନ୍ତଳାରେ ନଜର ଆସିଥିଲେ । ଏବେ ‘ସେରନୀ’କୁ ନେଇ ଚର୍ଚ୍ଚାରେ ଅଭିନେତ୍ରୀ । ସେହିପରି ନିକଟରେ ରିଲିଜ ହୋଇଥିବା ଫିଲ୍ମର ଦମଦାର ଟ୍ରେଲର । ଯାହାକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ । ଫିଲ୍ମକୁ ନେଇ ଉତ୍ସାହିତ ଅଛନ୍ତି ଅଭିନେତ୍ରୀ ଏବଂ ରିଲିଜ ପ୍ରସ୍ତୁତିରେ ଲାଗିପଡିଛନ୍ତି । ହେଲେ ଏହା ପୂର୍ବରୁ ସେ ଜୀବନରେ କଣ କରିବାକୁ ଚାହାଁନ୍ତି ତାହା ବିଷୟରେ ଖୁଲାସା କରିଛନ୍ତି ।

ସେ ଏକ ସାକ୍ଷାତକାରରେ ଯୋଗ ଦେଇ କହିଛନ୍ତି, ‘ସତ କହିବାକୁ ଗଲେ, ଏମିତି ନୁହେଁ ଯେ ମୋର ଏହା କରିବା ପାଇଁ ମୋର କୌଣସି ଯୋଜନା ଥିଲା, କିନ୍ତୁ ମୁଁ ସବୁବେଳେ ମୋ ପାଇଁ ଗୁରୁତ୍ବପୂର୍ଣ୍ଣ ଜିନିଷ କରିବାକୁ ଇଚ୍ଛା କରେ, ଯାହା ମୋର ବିଶ୍ବାସକୁ ବିସ୍ତାର କରିପାରିବି । ଯାହା ମୋତେ କରିବାକୁ ପ୍ରେରଣା ଦିଏ । ତେଣୁ ମୁଁ ଆଗକୁ ଆସି ଏହା ବାଛିଲି | ମୁଁ ଠିକ୍ ସମୟରେ ସଠିକ୍ ସ୍ଥାନରେ ଅଛି ଏବଂ କେବଳ ନିଜ ପାଇଁ ନୁହେଁ । ଏହା ମଧ୍ୟ ହିନ୍ଦୀ ସିନେମାରେ ପରିବର୍ତ୍ତନ ଆରମ୍ଭ କରିଛି । କିନ୍ତୁ ମୁଁ ଏଥିରୁ କୌଣସି ଶ୍ରେୟ ନେବାକୁ ଚାହେଁ ନାହିଁ । କିନ୍ତୁ ହଁ ଏପର୍ଯ୍ୟନ୍ତ ଯାତ୍ରା ଅତ୍ୟନ୍ତ ରୋମାଞ୍ଚଭରା ରହିଛି ମୁଁ ଆଶା କରୁଛି ଭବିଷ୍ୟତରେ ମଧ୍ୟ ଏହା ଭଲ ହୋଇଯିବ ।’

ପ୍ରକାଶ ଥାଉକି ‘ସେରନୀ’ରେ ବିଦ୍ୟା ଜଣେ ଫରେଷ୍ଟ ଅଫିସର ଭୂମିକାରେ ନଜର ଆସିବେ । ସେହିପରି ପୁରସ୍କାର ବିଜେତା ଫିଲ୍ମ ନିର୍ମାତା ଅମିତ ମସୁରକର ଦ୍ବାରା ନିର୍ଦ୍ଦେଶିତ ସେରନୀରେ ଶରତ, ସେକ୍ସେନା, ମୁକୁଲ ଚଡ୍ଡା, ବିଜୟ ରାଜ, ଈଲା ଅରୁଣ, ବୁଜେନ୍ଦ୍ର କାଲା ଓ ନୀରଜ କବି ଭଳି କଳାକାର ନଜର ଆସିବେ ।

ABOUT THE AUTHOR

...view details