ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ବିଦ୍ୟା ବାଲନ ନିଜର ଆଗାମୀ ଫିଲ୍ମ ‘ସେରନୀ’କୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚାରେ । ଏହି ଫିଲ୍ମରେ ସେ ଏକ ଭିନ୍ନ ଭୂମିକାରେ ଦେଖାଯିବେ । ଯେଉଁଥିରେ ତାଙ୍କୁ ପୂର୍ବରୁ ଦେଖିବାକୁ ମିଳିନାହିଁ । ନିକଟରେ ଏହି ଫିଲ୍ମର ଦମଦାର ଟ୍ରେଲର ରିଲିଜ ହୋଇଥିଲା । ଆଉ ଏବେ ଫିଲ୍ମର ପ୍ରଥମ ଗୀତ ‘ମେଁ ସେରନୀ’ ରିଲିଜ କରି ଦେଇଛନ୍ତି ମେକର୍ସ ।
‘ମେଁ ସେରନୀ’ କହିଲେ ବିଦ୍ୟା, ସାହସୀ ମହିଳାଙ୍କୁ ଉତ୍ସର୍ଗୀକୃତ କଲେ ଗୀତ - ଲୋକପ୍ରିୟ ଅଭିନେତ୍ରୀ ବିଦ୍ୟା ବାଲନ ଆଗାମୀ ଫିଲ୍ମ ନ୍ୟୁଜ
ଆଉ କିଛି ଦିନ ପରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଥିବା ଚର୍ଚ୍ଚିତ ଫିଲ୍ମ ‘ସେରନୀ’ର ପ୍ରଥମ ଗୀତ ‘ମେଁ ସେରନୀ’ ରିଲିଜ ହୋଇଯାଇଛି । ଅଧିକ ପଢନ୍ତୁ...
ଏହି ଅବସରରେ ବିଦ୍ୟା କହିଛନ୍ତି, ‘ମେଁ ସେରନୀ ସେହି ସମସ୍ତ ମହିଳାଙ୍କ ପାଇଁ ଉତ୍ସର୍ଗୀକୃତ, ଯେଉଁମାନେ କେବେ ବି ହାର ମାନି ନାହାଁନ୍ତି ।’ ମଙ୍ଗଳବାର ରିଲିଜ ହୋଇଥିବା ଏହି ଭିଡିଓରେ ବିଦ୍ୟାଙ୍କୁ 9 ଜଣ ମହିଳାଙ୍କ ସହ ଦେଖିବାକୁ ମିଳୁଛି, ଯେଉଁମାନେ ବାସ୍ତବ ଜୀବନରେ ସାହସିକ କାମ କରିଛନ୍ତି।
ସେହିପରି ଏହି ଗୀତଟିକୁ ଅକାସା ଓ ରଫ୍ତାର ଗାଇଥିବା ବେଳେ ଏଥିରେ ମୀରା ଏର୍ଦା(ଏଫ4 ରେସର ଓ ଡ୍ରାଇଭର କୋଚ), ନତାଶା ନୋଏଲ(ବଡି ପଜିଟିଭିଟି ଇନଫ୍ଲଏନ୍ସର ଓ ଯୋଗ ଟ୍ରେନର), ଈଶନା କୁଟ୍ଟି(ସୋସିଆଲ ମିଡିଆ ଇନଫ୍ଲଏନ୍ସର ଓ ହୁଲା ହୁପ ଡାନ୍ସର), ତ୍ରିନେତ୍ର ହାଲଦାର(ପ୍ରଥମ ଟ୍ରାନଜେଣ୍ଡର କର୍ଣ୍ଣାଟକର ଡାକ୍ତର), ଜୟଶ୍ରୀ ମାନୋ(ବିୱାଇଏଲ ନାୟର ହସ୍ପିଟାଲର ଜଣେ ଫ୍ରଣ୍ଟଲାଇନ ଯୋଦ୍ଧା), ରିଦ୍ଧି ଆର୍ଯ(ଅଗ୍ରଣୀ ଯୋଦ୍ଧାଙ୍କୁ ଭୋଜନ ଯୋଗାଉଛନ୍ତି ଛାତ୍ରୀ), ଅନୀତା ଦେବୀ(ସୁରକ୍ଷା ଗାର୍ଡ), ସୀମା ଦୁଗ୍ଗଲ(ଶିକ୍ଷକ), ଅର୍ଚ୍ଚନା ଯାଦବ(ହାଉସ ହେଲ୍ପର) ନଜର ଆସୁଛନ୍ତି ।