ମୁମ୍ବାଇ: ସେକ୍ସୀ ଅଭିନେତ୍ରୀ ବାନୀ କପୁରଙ୍କ ତିନୋଟି ଫିଲ୍ମ ଏବର୍ଷ ରିଲିଜ ହେବାକୁ ଯାଉଛି । ଯାହାକୁ ନେଇ ସେ ଖୁବ୍ ବ୍ୟସ୍ତ । ଏହି କ୍ରମରେ ସାମିଲ ଅଛି ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ ‘ବେଲ ବଟମ’, ରଣବୀର କପୁରଙ୍କ ସହ ‘ସମଶେରା’ ଓ ଆୟୁଷ୍ମାନ ଖୁରାନାଙ୍କ ସହ ‘ଚଣ୍ଡିଗଡ କରେ ଆଶିକୀ’ । ଇତିମଧ୍ୟରେ ସେ ଫିଲ୍ମର ପ୍ରମୋଶନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।
ଆଉ କହିଛନ୍ତି, ‘ ତିନି ମାସ ମଧ୍ୟରେ ମୋର ତିନୋଟି ଫିଲ୍ମ ବ୍ୟାକ ଟୁ ବ୍ୟାକ ରିଲିଜ ହେବାକୁ ଯାଉଛି । ତେଣୁ ମୁଁ ମାନସିକ ସ୍ତରରେ ନିଜକୁ ଏକ ଅତ୍ୟଧିକ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ପାଇଁ ପ୍ରସ୍ତୁତ କରୁଛି । ଆଗାମୀ ମାସରେ ମୁଁ ଯେତେବେଳେ ବେଲ ବଟମ, ସମଶେରା, ଏବଂ ଚଣ୍ଡିଗଡ କରେ ଆଶିକୀର ପ୍ରମୋଶନ କରିବି ମୁଁ ଭାବୁନାହିଁ ମୋର ଆଗାମୀ ପାଞ୍ଚ ମାସ ମଧ୍ୟରେ ଗୋଟିଏ ମିନିଟ ସମୟ ମଧ୍ୟ ରହିବ । ହେଲେ ମୁଁ ଅଭିଯୋଗ କରୁନାହିଁ ।’