ମୁମ୍ବାଇ: ବଲିଉଡରେ ଯଦି କାହାର ସୌନ୍ଦର୍ଯ୍ୟର ଉଦାହରଣ ଦିଆଯାଏ ତେବେ ସର୍ବପ୍ରଥମେ ଦର୍ଶକଙ୍କ ଓଠରେ ଅଭିନେତ୍ରୀ ତଥା ବଲିଉଡର ଅନାରକଲି ମଧୁବାଲାଙ୍କ ନାଁ ଆସେ । ମର୍ଲିନ ମୁନରୋ ବଲିଉଡର ସାଜିଥିଲେ ମଧୁବାଲା । ଏବେ ଆଉ ଜଣେ ବଲିଉଡର ସୁନ୍ଦରୀ ମଧୁବାଲାଙ୍କ ଅନ୍ଦାଜରେ ନଜର ଆସିବାକୁ ଯାଉଛନ୍ତି । ଏହି ଅଭିନେତ୍ରୀ ହେଲେ ଉର୍ବଶୀ ରୌତେଲା ।
ଉର୍ବଶୀ ବଲିଉଡର ଭେଟେରାନ ଅଭିନେତ୍ରୀ ମଧୁବାଲାଙ୍କ ଏକ ଅପଡେଟ ଅବତାରକୁ ଜୀବନ୍ତ କରିବାକୁ ଚେଷ୍ଟା କରିବେ । ଯାହା କ୍ଲାସିକ୍ ଗୀତ ‘ଏକ ଲଡକି ଭିଗି ଭାଗି ସି’ର ପୁନଃ ନିର୍ମାଣ ସଂସ୍କରଣ ମ୍ୟୁଜିକ ଭିଡିଓରେ ।
ଏହି ଅବସରରେ ସେ କହିଛନ୍ତି, ‘ଏହା ବାସ୍ତବରେ ମୋର ଏକ ସ୍ବପ୍ନ ପରିକା । ମୁଁ ବ୍ୟୁଟି ଆଇକନ ମଧୁବାଲାଙ୍କ ଭୂମିକାରେ ଅଭିନୟ କରିବାକୁ ନେଇ ଉତ୍ସାହିତ । ଏକ ‘ଲଡକି ଭିଗି ଭାଗି ସି’ରେ ତାଙ୍କ କ୍ଲାସିକ୍ ଗୀତର ଏକ କ୍ଲାସିକ୍ ସଂସ୍କରଣରେ ଅଭିନୟ କରିବାକୁ ମୁଁ ଆଉ ନିଜକୁ ରୋକିପାରୁନାହିଁ । କିଶୋର କୁମାର ସାର୍ଙ୍କ ମୂଳ କଣ୍ଠ ସହିତ ମୁଁ ମୋର କଣ୍ଠ ଦେବାକୁ ପ୍ରସ୍ତୁତ । ବର୍ଷର ଆରମ୍ଭ ମୋ ପାଇଁ ଦମଦାର ହେବ ।’
ସେହିପରି ସେ ମଧୁବାଲାଙ୍କ ପ୍ରଂଶାସ କରି ଜଣାଇଛନ୍ତି, ‘ମଧୁବାଲା ଜଣେ ଆଇକନ ଅଭିନେତ୍ରୀ ଥିଲେ । ଯିଏ କେବଳ ତାଙ୍କର ସୌନ୍ଦର୍ଯ୍ୟ ସହିତ ଦର୍ଶକଙ୍କୁ ଆକର୍ଷିତ କରିନଥିଲେ ବରଂ ପରଦାରେ କିଛି ଗଭୀର ଭାବନା ମଧ୍ୟ ଉପସ୍ଥାପନ କରିଥିଲେ । ସେ ତାଙ୍କର ଉଲ୍ଲେଖନୀୟ ଅଭିନୟ ଦକ୍ଷତା ଏବଂ ସମୟହୀନ ସୌନ୍ଦର୍ଯ୍ୟ ସହିତ ଏକ ଭିନ୍ନ ପ୍ରଭାବ ପକାଇଥିଲେ ।’