ଓଡିଶା

odisha

ETV Bharat / sitara

ମନାଲିରେ ଉର୍ବଶୀ - ମନାଲିରେ ଉର୍ବଶୀ

ଉର୍ବଶୀ ରୌତେଲା ଏବେ ସାଉଥ ଫିଲ୍ମର ସୁଟିଂ ପାଇଁ ମନାଲିରେ ପହଞ୍ଚିଛନ୍ତି । ସେ ମନାଲି ନିକଟରେ ଏକ ଫାଇବ ଷ୍ଟାର ହୋଟେଲରେ ରହିଛନ୍ତି । ଅଧିକ ପଢନ୍ତୁ...

actress-urvashi-rautela-in-manali-for-film-shooting
ମନାଲିରେ ଉର୍ବଶୀ

By

Published : Mar 4, 2021, 9:09 PM IST

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଏବେ ସାଉଥ ଫିଲ୍ମର ସୁଟିଂ ପାଇଁ ମନାଲିରେ ପହଞ୍ଚିଛନ୍ତି । ସେ ମନାଲି ନିକଟରେ ଏକ ଫାଇବ ଷ୍ଟାର ହୋଟେଲରେ ରହିଛନ୍ତି ।

ରିସୋର୍ଟର ସଞ୍ଚାଳକ ଫେମସ ବାଗବାନ ନକୁଲ ଖୁଲ୍ଲର ଏବଂ ତାଙ୍କ ପୁଅ କୁନାଲ ଖୁଲ୍ଲର କ୍ୟାପ୍ ଏବଂ ମଫଲର ପିନ୍ଧାଇ ଅଭିନେତ୍ରୀଙ୍କୁ ସ୍ବାଗତ କରିଥିଲେ।

ମନାଲିରେ ଉର୍ବଶୀ

2015 ମସିହାରେ ବିଶ୍ବ ସୁନ୍ଦରୀର ଆଖ୍ୟା ଅର୍ଜନ କରିଥିବା ଉର୍ବଶୀ ଅନେକ ବଲିଉଡ ଏବଂ ସାଉଥ ଚଳଚ୍ଚିତ୍ରରେ ସାଇନ କରିଛନ୍ତି ।

ସାଉଥ୍ ଫିଲ୍ମର ସୁଟିଂ ମନାଲି ଏବଂ ଲାହୌଲରେ କରାଯାଉଛି । ଏହି ଫିଲ୍ମର ସୁଟିଂ ଗୁରୁବାର ଲାହୌଲର ପାଗଲନାଲା ଠାରେ ହୋଇଥିଲା।

ନକୁଲ କହିଛନ୍ତି ଯେ, ପ୍ରାୟ ଏକ ସପ୍ତାହ ଧରି ଉର୍ବଶୀ ମନାଲି ଏବଂ ଲାହୌଲରେ ସୁଟିଂ କରିବେ। ମନାଲିରେ ଅନେକ ବଲିଉଡ ଏବଂ ସାଉଥ ଚଳଚ୍ଚିତ୍ରର ସୁଟିଂ ଚାଲିଛି ।

ପ୍ରକାଶ ଥାଉ ଯେ, ଏହାପୂର୍ବରୁ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ପରେଶ ରାୱଲ ମଧ୍ୟ ଫିଲ୍ମ ସୁଟିଂ ପାଇଁ ମନାଲି ଆସିଥିଲେ। ଏହାସହିତ କାର୍ତ୍ତିକ ଏବଂ କିଆରା ଆଡଭାନୀ, ନାଗାର୍ଜୁନ, ସମେତ ଅନେକ କଳାକାର ସୁଟିଂ ପାଇଁ ମନାଲିକୁ ଆସିଛନ୍ତି ।

ABOUT THE AUTHOR

...view details