ମୁମ୍ବାଇ: ସୁନ୍ଦରୀ ଅଭିନେତ୍ରୀ ତାରା ସୁତାରିଆ ଏବେ ମାଳଦ୍ବୀପରେ ଲାଇଫ ଏନଜୟ କରୁଛନ୍ତି । ଆଉ ସୋସିଆଲ ମିଡିଆରେ ନିଜ ସେକ୍ସୀ ଫଟୋ, ଭିଡିଓ ସେୟାର କରି ଫ୍ୟାନ୍ସଙ୍କର ଖୁବ୍ ମନୋରଞ୍ଜନ ମଧ୍ୟ କରୁଛନ୍ତି । ମାଳଦ୍ବୀପରେ ନିଜର25ତମ ଜନ୍ମଦିନ ପାଳନ ସେ ଯାଇଥିଲେ । ଇତିମଧ୍ୟରେ ତାଙ୍କ ନୂଆ ଫଟୋକୁ ନେଇ ଚର୍ଚ୍ଚା । ଯେଉଁଥିରେ ତାଙ୍କ ହଲିଡେ ମୁଡ ଦେଖିବାକୁ ମିଳୁଛି । ସମୁତ୍ର କୂଳରେ ହ୍ବାଇଟ ବିକିନି ପିନ୍ଧି ନିଜ ଜଲୱା ଦେଖାଉଛନ୍ତି ସେ ।
ମାଳଦ୍ବୀପର ସମୁଦ୍ର କୂଳେ ତାରାଙ୍କ ଜଲୱା, ଭାଇରାଲ ଫଟୋ - ତାରା ସୁତାରିଆଙ୍କ ବିକିନି ଅବତାର
କିଛି ଦିନ ପୂର୍ବେ ମାଳଦ୍ବୀପର ଯାତ୍ରା କରିଥିଲେ ତାରା । କାମରୁ ଫୁରସତ ପାଇଁ ଲାଇଫକୁ ଏନଜୟ କରିବାରେ ବ୍ୟସ୍ତ ନଜର ଆସୁଛନ୍ତି ସେ । ଭାଇରାଲ ହେବାରେ ଲାଗିଛି ଫଟୋ ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତାରା ସୁତାରିଆ
ବର୍ତ୍ତମାନ ତାଙ୍କ ଏହି ଅନ୍ଦାଜ ଫ୍ୟାନ୍ସଙ୍କ ମନ କିଣିଛି । ଯାହା ଉପରେ ମଜାଦାର କମେଣ୍ଟ କରୁଛନ୍ତି ସମସ୍ତେ । ଏହାପୂର୍ବରୁ ସେ ମାଳଦ୍ବୀପରେ ସୂର୍ଯ୍ୟ ଉଦୟ ଉପଭୋଗ କରିଥିଲେ । ଆଉ ଫଟୋ ପୋଷ୍ଟ ଲେଖିଥିଲେ, ‘ମାଳଦ୍ବୀପ ମର୍ଣ୍ଣିଂ ।’
ପ୍ରକାଶ ଥାଉକି ତାରା ଖୁବଶୀଘ୍ର କପୁର ବଂଶରେ ସାମିଲ ହେବାକୁ ଯାଉଛନ୍ତି । କାରଣ ସେ ଆଦର ଜୈନଙ୍କୁ ଡେଟ କରୁଛନ୍ତି । ଦୀର୍ଘ ସମୟରୁ ଏହି ଯୋଡିଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚା । କପୁର ଫ୍ୟାମିଲିର ଅନେକ ଫଙ୍କସନରେ ତାରାଙ୍କୁ ଦେଖିବାକୁ ମିଳିସାରିଛି । ଦୁଇଜଣଙ୍କ ବିବାହକୁ ନେଇ ମଧ୍ୟ ଚର୍ଚ୍ଚା ।