ମୁମ୍ବାଇ: ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ପରଦାକୁ ଫେରିବେ ଚୁଲବୁଲି ଅଭିନେତ୍ରୀ ତାପସୀ ପନ୍ନୁ । ନିକଟରେ ସେ ଚର୍ଚ୍ଚିତ ଫିଲ୍ମ ‘ହସୀନ ଦିଲରୁବା’ର ସୁଟିଂ ଶେଷ କରିଥିଲେ । ଏହି ଫିଲ୍ମରେ ତାଙ୍କ ସହ ହର୍ଷବର୍ଦ୍ଧନ ରାଣେ ଓ ବିକ୍ରାନ୍ତ ମେସି ଦେଖାଯିବେ । ସେହିପରି ସେ ଗତ ବର୍ଷରୁ ଫିଲ୍ମ ‘ରଶ୍ମୀ ରକେଟ’କୁ ନେଇ ମଧ୍ୟ ଚର୍ଚ୍ଚାରେ । କୋରୋନା ସଙ୍କଟ ପାଇଁ ଅଧାରେ ବନ୍ଦ ଥିଲା ଫିଲ୍ମରେ ସୁଟିଂ । ହେଲେ ଏବେ ଆରମ୍ଭ ହୋଇଛି ଏହାର ସୁଟିଂ ବୋଲି ପ୍ରଯୋଜକ ରୋନି ସ୍କ୍ରୁୱାଲାଙ୍କ ବ୍ୟାନର ଆରଏସଭିପି ମଙ୍ଗଳବାର ଏହାର ଘୋଷଣା କରିଛି ।
ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ଆକାଶ ଖୁରାନା । ଫିଲ୍ମ ସୁଟିଂର ଘୋଷଣା ଆରଏସଭିପିର ଟ୍ବିଟରରେ କରାଯାଇଛି। ଆଉ ଯେଉଁଥିରେ ଲେଖାଯାଇଛି, ‘ଆମେ ଶୀଘ୍ର ଟ୍ରାକରେ କେବଳ ଗୋଟିଏ ନାମ ଶୁଣିବାକୁ ଯାଉଛୁ । ଆଜି ରଶ୍ମୀ ରକେଟ୍ ସୁଟିଂ ଆରମ୍ଭ କଲୁ ।’ ନିକଟରେ ରିଲିଜ ହୋଇଥିବା ୱେବ ସିରିଜ ‘ମିର୍ଜାପୁର 2’ରେ ନଜର ଆସିଥିବା ଆକ୍ଟର ପ୍ରିୟାଂଶୁ ପାନୁଲି।