ମୁମ୍ବାଇ: ଚୁଲବୁଲି ଅଭିନେତ୍ରୀ ତାପସୀ ପନ୍ନୁ ଆସନ୍ତା ବର୍ଷ ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ଫେରିବେ । ଏହି କ୍ରମରେ ସାମିଲ ଅଛି ‘ହସୀନା ଦିଲରୁବା’, ‘ଲୁପ୍ ଲପେଟା’ ଓ ‘ରଶ୍ମୀ ରକେଟ’ । ବର୍ତ୍ତମାନ ସେ ‘ରଶ୍ମୀ ରକେଟ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ସେ ଜଣେ ସ୍ପୋର୍ଟ୍ସ ପର୍ସନ ରୂପେ ନଜର ଆସିବେ । ସେ ଦୌଡ ରାଣୀ ସାଜି ଦର୍ଶକଙ୍କ ମନ କିଣିବେ । ଯାହା ପାଇଁ ତାଙ୍କୁ କରିବାକୁ ପଡୁଛି କଡା ପରିଶ୍ରମ । ସେ ନିଜକୁ ଆଥଲେଟ ଲୁକରେ ସାମିଲ କରିବାକୁ ଜିମ୍ରେ ଦୁଇ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ୱାର୍କଆଉଟ କରୁଛନ୍ତି । ଏହାର ସୂଚନା ସେ ସୋସିଆଲ ମିଡିଆରେ ଦେଇଛନ୍ତି ।
‘ରଶ୍ମୀ ରକେଟ’ ପାଇଁ ତାପସୀଙ୍କ କଡା ପରିଶ୍ରମ
ଭାଇରାଲ ହେଲା ତାପସୀଙ୍କ ନୂଆ ଭିଡିଓ । ‘ରଶ୍ମୀ ରକେଟ’ର କଡା ଟ୍ରେନିଂ ଭିଡିଓ ପୋଷ୍ଟ କରି ଦୁଃଖ ଜଣାଇଲେ ତାପସୀ । ଅଧିକ ପଢନ୍ତୁ...
ବୁଧବାର ସେ ଇନଷ୍ଟାଗ୍ରାମରେ ନିଜର ଏକ ଭିଡିଓ ପୋଷ୍ଟ କରି ଜଣାଇଛନ୍ତି ନିଜ ଯନ୍ତ୍ରଣା । ଯେଉଁଥିରେ ଦେଖିବାକୁ ମିଳୁଛି ସେ ଟ୍ରାକରେ ଦୌଡୁଛନ୍ତି । ସେହିପରି ଜିମ୍ରେ ଅନେକ ପ୍ରକାର ହାର୍ଡ ୱାର୍କଆଉଟ କରୁଥିବାର ନଜର ଆସୁଛନ୍ତି । ଭିଡିଓରେ ସେ କହୁଛନ୍ତି, ‘ଏହା ଯନ୍ତ୍ରଣାଦାୟକ ଥିଲା | ତୃତୀୟ ଦିନର ସୁଟିଂରେ ମୁଁ ଅନୁଭବ କଲି ଯେ ମୋ ଦେହ ଆଉ ଏତେ କଷ୍ଟ ସହି ପାରିବନାହିଁ । ମୁଁ ଆଉ ଦୌଡ଼ି ପାରିଲି ନାହିଁ । କେବଳ ଚାଲିବାରେ ସକ୍ଷମ ହେବା ପାଇଁ ମୋତେ କିଛି ସମୟ ପାଇଁ ସୁଟ୍ ବନ୍ଦ କରିବାକୁ ପଡିଲା । ଏହି ଫିଲ୍ମ ପାଇଁ ମୁଁ ଜିମ୍ରେ କଡା ୱାର୍କଆଉଟ କରିବାର ଥିଲା । ଯାହା ବହୁତ ଖରାପ ଥିଲା ।’
ସେହିପରି ସେ ଭିଡିଓର କ୍ୟାପସନରେ ଲେଖିଛନ୍ତି, ‘ଆଜି ମୋର ଶେଷ ଆଥଲେଟିକ ଟ୍ରେନିଂ ଥିଲା । ରଶ୍ମୀ ରକେଟର ଏହି ଯାତ୍ରା ମୁଁ ଆପଣଙ୍କ ସହ ସେୟାର କରିବାକୁ ଅପେକ୍ଷା କରିଥିଲି । ଯଦି ଏହା ଆପଣଙ୍କୁ ଆଗ୍ରହୀ କରେ ତେବେ ରୂପାନ୍ତର ଏହାର ମୂଲ୍ୟ ଥିଲା । ଆସନ୍ତାକାଲି ପୂର୍ଣ୍ଣ ଯାତ୍ରା ।’