ମୁମ୍ବାଇ: ମହାମାରୀ କୋରୋନା ଭାଇରସ ପାଇଁ ଦେଶରେ ତୃତୀୟ ଲକଡାଉନ ପର୍ଯ୍ୟାୟ ଚାଲିଛି । ଜନସାଧାରଣଙ୍କ ଠୁ ନେଇ ସେଲିବ୍ରିଟି ଏବେ ନିଜ ନିଜ ଘରେ ବନ୍ଦ ଅଛନ୍ତି । ସେହିପରି ଅନେକ ବଡ ବଡ ଇଭେଣ୍ଟ, ଫିଲ୍ମ ରିଲିଜ, ସୁଟିଂ ସବୁ ସ୍ଥଗିତ ରଖାଯାଇଛି। ଯାହାଦ୍ବାରା ଫିଲ୍ମ ଇଣ୍ଡଷ୍ଟ୍ରିକୁ ବଡ କ୍ଷତି ସହିବାକୁ ପଡିଛି। ସେପଟେ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି ଯେ ମେକର୍ସ ବର୍ତ୍ତମାନ ନିଜ ଫିଲ୍ମକୁ ଓଟିଟ ପ୍ଲାଟଫର୍ମରେ ରିଲିଜ କରିବାକୁ ଘୋଷଣା କରିବାରେ ଲାଗିଛନ୍ତି। ଯାହାକୁ ନେଇ ସିନେମାଘର ମାଲିକ କ୍ରୋଧିତ।
ଲକଡାଉନ ପ୍ରଭାବ: ନିଜ ଫିସ୍ କମ କରିବାକୁ ପ୍ରସ୍ତୁତ ତାପସୀ
ଟ୍ବିଟ କରି ଚର୍ଚ୍ଚରେ ତାପସୀ ପନ୍ନୁ। ଲକଡାଉନ ପାଇଁ କଟିପାରେ ତାଙ୍କ ଫିସ୍ । ଅଧିକ ପଢନ୍ତୁ...
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତାପସୀ ପନ୍ନୁ
ମୁଖ୍ୟ କଥା ହେଲା ଯେ ଲକଡାଉନ ପାଇଁ ସୁଟିଂ ବଜେଟ ପ୍ରବାଭିତ ହେଉଛି। ଯାହାଦ୍ବାରା ଅଭିନେତ୍ରୀ ନିଜ ଫିସ୍ ହ୍ରାସ ନିଷ୍ପତ୍ତି ନେଇଛନ୍ତି। ଏହି ମାମଲାରେ ଚୁଲବୁଲି ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଏକ ଟ୍ବିଟ ସାମ୍ନାକୁ ଆସିଛି ।
ସେ ଟ୍ବିଟ କରି ଲେଖିଛନ୍ତି, ‘କାରଣ ଏବେ ତ କୌଣସି ଫିଲ୍ମ ସୁଟିଂ ହେଉନାହିଁ । ତେଣୁ କୌଣସି ଫିସ୍ ମିଳୁନାହିଁ । ଆଉ ପ୍ରସ୍ତୁତ ଅଛି ଆଗାମୀ ଦିନରେ ଆମ ଫିସ୍ରେ ହ୍ରାସ କରାଯିବାକୁ ନେଇ।’