ଓଡିଶା

odisha

By

Published : Mar 9, 2021, 2:59 PM IST

ETV Bharat / sitara

ସାମ୍ନାକୁ ଆସିଲା ‘ଲୁପ୍ ଲପେଟା’ର ରିଲିଜ ତାରିଖ

ତାପସୀ ପନ୍ନୁ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚାରେ । ଚଳିତ ବର୍ଷ ଅକ୍ଟୋବରରେ ପରଦାରେ ଦେଖିବାକୁ ମିଳିବ ଏହି ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଏବର୍ଷ ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ଫେରିବେ ତାପସୀ ପନ୍ନୁ । ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘ରଶ୍ମୀ ରକେଟ’ର ସୁଟିଂ ସେ ନିକଟରେ ଶେଷ କରିଥିଲେ । ଆଉ ଏବେ ତାଙ୍କ ଆଉ ଏକ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘ଲୁପ୍ ଲପେଟା’ର ରିଲିଜ ତାରିଖ ଘୋଷଣା ହୋଇଯାଇଛି । ସେ ସୋସିଆଲ ମିଡିଆରେ ଫିଲ୍ମ ରିଲିଜ ତାରିଖ ଘୋଷଣା କରି ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଛନ୍ତି ।

ଚଳିତ ବର୍ଷ ଅକ୍ଟୋବର 22ରେ ସିନେମାହଲରେ ରିଲିଜ ହେବ ଫିଲ୍ମ । ରିଲିଜ ତାରିଖ ସହ ଫିଲ୍ମର ଏକ ମୋଶନ ପୋଷ୍ଟର ମଧ୍ୟ ଜାରି କରିଛନ୍ତି ମେକର୍ସ ।

ଯଦି ‘ଲୁପ୍ ଲପେଟା’ ବିଷୟରେ କଥା ହେବା, ତାହାଲେ 1998ରେ ଆସିଥିବା ଜର୍ମାନୀ ଫିଲ୍ମ ‘ରନ୍ ଲୋଲା ରନ୍‌’ର ଏହା ହିନ୍ଦୀ ରିମେକ । ଫିଲ୍ମରେ ତାପସୀଙ୍କ ସହ ନଜର ଆସିବେ ତାହିର ରାଜ ଭାସିନ । ସେପଟେ 2003ରେ ମଧ୍ୟ ବଲିଉଡରେ ଏହି କାହାଣୀ ଉପରେ ଫିଲ୍ମ ନିର୍ମାଣ ହୋଇସାରିଛି । ଫିଲ୍ମ ‘ଏକ ଦିନ୍ 24 ଘଣ୍ଟେ’ରେ ଅଭିନୟ କରିଥିଲା ନନ୍ଦିତା ଦାସ ଏବଂ ରାହୁଲ ବୋସ ।

ABOUT THE AUTHOR

...view details