ଓଡିଶା

odisha

ETV Bharat / sitara

ପରିବାର ସହ ଭୋଟ ଦେଲେ ତାପସୀ ପନ୍ନୁ

ସୋସିଆଲ ମିଡିଆରେ ଫଟୋ ସେୟାର କରି ଭୋଟ ଦେବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ତାପସୀ ପନ୍ନୁ । କାମରୁ ଫୁରସତ ପାଇ ସେ ଶୁକ୍ରବାର ମା'ଙ୍କ ସହ ଦିଲ୍ଲୀ ଯାତ୍ରୀ କରିଥିଲେ ।

By

Published : Feb 8, 2020, 3:58 PM IST

actress taapsee pannu
ଫଟୋ ସୌଜନ୍ୟ: ଟ୍ବିଟର@ତାପସୀ ପନ୍ନୁ

ମୁମ୍ବାଇ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ମତଦାନ। ଜନସାଧାରଣଙ୍କଠୁ ନେଇ ନେତା ପର୍ଯ୍ୟନ୍ତ ଶନିବାର ସକାଳେ ପୋଲିଂ ବୁଥରେ ନଜର ଆସିଛନ୍ତି । ଇତିମଧ୍ୟରେ ବଲିଉଡର ଅଭିନେତ୍ରୀ ତାପସୀ ପନ୍ନୁ ମଧ୍ୟ ନିଜ ପସନ୍ଦୀୟ ପ୍ରାର୍ଥୀଙ୍କୁ ଭୋଟ ଦେଇସାରିଛନ୍ତି । ପରିବାର ସହ ଭୋଟ ଦେବାକୁ ପୋଲିଂ ବୁଥ ପାଖରେ ନଜର ଆସିଥିଲେ ସେ । ଭୋଟ ଦେବା ପରେ ସେ ଟ୍ବିଟରରେ ଫ୍ୟାମିଲି ଫଟୋ ସେୟାର କରିଛନ୍ତି ।

ଏହି ଫଟୋରେ ତାପସୀ ନିଜ ପିତା-ମାତା ଓ ଭଉଣୀ ସହ ନଜର ଆସୁଛନ୍ତି । ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ପନ୍ନୁ ପରିବାର ଭୋଟ ଦେଇସାରିଛନ୍ତି। କଣ ଆପଣ ମଧ୍ୟ ଭୋଟ ଦେଇଛନ୍ତି? ’ ନିଜର ଏହି କ୍ୟାପସନ ଜରିଆରେ ସେ ଅନ୍ୟ ଲୋକଙ୍କୁ ମଧ୍ୟ ଭୋଟ ଦେବାକୁ ଅପିଲ କରିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@ତାପସୀ ପନ୍ନୁ

ପ୍ରକାଶ ଥାଉକି ବର୍ତ୍ତମାନ ମୁମ୍ବାଇରେ ରହୁଥିବା ତାପସୀ ଭୋଟ ଦେବା ପାଇଁ ଶୁକ୍ରବାର ଦିଲ୍ଲୀରେ ପହଞ୍ଚିଥିଲେ । ଯାହାର ସୂଚନା ସେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଦେଇଥିଲେ । ସେ ମା'ଙ୍କ ସହ ଫ୍ଲାଇଟରେ ବସିଥିବାର ଫଟୋ ସେୟାର କରି କ୍ୟାପସନରେ ଲେଖିଥିଲେ, ‘କାମରୁ ଏକ ସଟ ବ୍ରେକ ଭୋଟ ପକ୍କା କରିବା ପାଇଁ । ତାପସୀ ସବୁବେଳେ ଭୋଟକୁ ନେଇ ସକ୍ରିୟ ନଜର ଆସିଛନ୍ତି।’ ସେ ସବୁ ନିର୍ବାଚନରେ ଭୋଟ ଦେବାକୁ ଲୋକଙ୍କୁ ଅପିଲ କରନ୍ତି।

ଯଦି ତାଙ୍କ ଫିଲ୍ମ ବିଷୟରେ କଥା ହେବା ତେବେ ତାଙ୍କ ଅପକମିଂ ଫିଲ୍ମ ‘ଥାପଡ’ ବର୍ତ୍ତମାନ ଚର୍ଚ୍ଚାରେ । ନିକଟରେ ଏହି ଫିଲ୍ମର ଦମଦାର ଟ୍ରେଲର ରିଲିଜ କରାଯାଇଥିଲା । ଫିଲ୍ମରେ ମହିଳାଙ୍କ ସହ ହେଉଥିବା ଘରୋଇ ହିଂସାର କାହାଣୀକୁ ପର୍ଯ୍ୟବେସିତ ।

ABOUT THE AUTHOR

...view details