ଓଡିଶା

odisha

ETV Bharat / sitara

ତାପସୀଙ୍କ ଘରେ ଆଇଟି ରେଡ୍‌: କ୍ରୀଡା ମନ୍ତ୍ରୀଙ୍କ ସାହାଯ୍ୟ ଲୋଡିଲେ ବୟଫ୍ରେଣ୍ଡ - କ୍ରିଡା ମନ୍ତ୍ରୀ କିରଣ ରିଜିଜୁଙ୍କୁ ଟ୍ବିଟ କଲେ ମାଥିୟାସ

ବର୍ତ୍ତମାନ ବୟଫ୍ରେଣ୍ଡ ମାଥିୟାସଙ୍କୁ ଘାରିଛି ଗାର୍ଲଫ୍ରେଣ୍ଡ ତାପସୀଙ୍କ ଚିନ୍ତା । ଟ୍ବିଟ କରି ଜଣାଇଲେ ସମସ୍ୟା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତାପସୀ ପନ୍ନୁ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତାପସୀ ପନ୍ନୁ

By

Published : Mar 6, 2021, 7:22 AM IST

ମୁମ୍ବାଇ: ବୁଧବାର ଆୟକର ବିଭାଗ ବଲିଉଡ ନିର୍ମାତା ଅନୁରାଗ କଶ୍ୟପ, ବିକାଶ ବହଲ ଅଭିନେତ୍ରୀ ତାପସୀ ପନ୍ନୁ ଏବଂ ଅନ୍ୟ ସେଲିବ୍ରିଟିଙ୍କ ଘରେ ଚଢାଉ କରିଥିଲା। ଟିକସ ଫାଙ୍କିବା ମାମଲାରେ ଏହି ଚଢାଉ କରାଯାଇଥିଲା। ଆଇଟି ବିଭାଗ ଚଢାଉ ପରେ ଅନେକ ସେଲିବ୍ରିଟି ତାପସୀଙ୍କୁ ସମର୍ଥନ କରିଛନ୍ତି। ସେପଟେ ତାଙ୍କ ପ୍ରେମିକା ତଥା ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ମାଥିୟାସ ବୋ ଏହି ବିଷୟରେ ଟ୍ବିଟ କରି ଜଣାଇଥିଲେ ଯେ ଏହି ଚଢାଉ ଯୋଗୁଁ ତାପସୀଙ୍କ ପିତାମାତା ଚାପଗ୍ରସ୍ତ ଅଛନ୍ତି।

ସେହିପରି ଗତ 4 ତାରିଖରେ ଏକ ଟ୍ବିଟରେ ଲେଖିଥିଲେ, ‘ମୁଁ ନିଜକୁ ଟିକେ ଅଶାନ୍ତ ଅବସ୍ଥାରେ ଦେଖିବା। କିଛି ମହାନ ଆଥଲେଟ୍‌ଙ୍କ ପାଇଁ କୋଚ୍ ଭାବରେ ପ୍ରଥମ ଥର ପାଇଁ ଭାରତର ପତାକା ପ୍ରତିନିଧିତ୍ବ କରିବା । ଇତିମଧ୍ୟରେ ଆଇଟି ବିଭାଗ ତାପସୀଙ୍କ ଘରେ ଚଢାଉ କରିଛନ୍ତି । ତାଙ୍କ ପରିବାର ବିଶେଷ କରି ପିତାମାତାଙ୍କ ଉପରେ ଏହାର ଅନାବଶ୍ୟକ ଚାପ ପଡିଛି । ଏହି ଟ୍ବିଟରେ ସେ କ୍ରୀଡା ମନ୍ତ୍ରୀ କିରଣ ରିଜିଜୁଙ୍କୁ ଅନୁରୋଧ କରିଛନ୍ତି କିଛି କରିବା ପାଇଁ ।

ସେପଟେ ପ୍ରତିକ୍ରିୟା ଦେଇ କିରଣ ରିଜିଜୁ ଲେଖିଥିଲେ, ‘ଦେଶର ନିୟମ ସର୍ବୋଚ୍ଚ ଏବଂ ଆମେ ଏହାକୁ ପାଳନ କରିବା ଜରୁରୀ । ବିଷୟଟି ତୁମ ଏବଂ ମୋର ନୁହେଁ । ଭାରତୀୟ କ୍ରୀଡାର ଉତ୍ତମ ସ୍ବାର୍ଥରେ ଆମର ବୃତ୍ତିଗତ କର୍ତ୍ତବ୍ୟ ପାଳନ କରିବା ଉଚିତ୍ ।’

ABOUT THE AUTHOR

...view details