ଓଡିଶା

odisha

By

Published : Mar 22, 2021, 11:30 AM IST

ETV Bharat / sitara

ମାତ୍ର 23 ଦିନରେ ‘ଦୋବାରା’ ସୁଟିଂ ସାରିଲେ ତାପସୀ-ଅନୁରାଗ

ପୁଣିଥରେ ଅନୁରାଗଙ୍କ ଫିଲ୍ମରେ ନଜର ଆସିବେ ତାପସୀ । ରବିବାର ମୁମ୍ବାଇରେ ଶେଷ ହେଲା ‘ଦୋବାରା’ ଫିଲ୍ମର ସୁଟିଂ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଗତ ଫେବୃଆରୀ 23ରେ ଚୁଲବୁଲି ଅଭିନେତ୍ରୀ ତାପସୀ ପନ୍ନୁ ନିଜର ଅପକମିଂ ଥ୍ରିଲର ଆକ୍ସନ ଫିଲ୍ମ ‘ଦୋବାରା’ର ସୁଟିଂ ଆରମ୍ଭ କରିଥିଲେ । ଯାହାର ନିର୍ଦ୍ଦେଶ ଦାୟିତ୍ବ ତୁଲାଉଛନ୍ତି ଫେମସ ନିର୍ଦ୍ଦେଶକ ଅନୁରାଗ କଶ୍ୟପ । ପୂର୍ବରୁ ଏହି ଯୋଡି 2018ରେ ଆସିଥିବା ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ମନମର୍ଜିଆଁ’ରେ ଏକାଠି କାମ କରିଥିଲେ । ଇତିମଧ୍ୟରେ ଫିଲ୍ମର ସୁଟିଂ ଶେଷ କରିଛନ୍ତି ଦୁଇଜଣ । ମାତ୍ର 23 ଦିନରେ ଫିଲ୍ମର ସୁଟିଂ ଶେଷ କରି ଖୁସି ଛନ୍ତି ଅନୁରାଗ ।

ରବିବାର ରାତିରେ ମୁମ୍ବାଇରେ ‘ଦୋବାରା’ର ପୁରା ଟିମ ସୁଟିଂ ଶେଷ କରିବାରେ ସଫଳ ହୋଇଛନ୍ତି । ଏହି ଅବସରରେ ସେଟରୁ ଫିଲ୍ମର କିଛି ମସ୍ତିଭରା ଭିଡିଓ ପୋଷ୍ଟ କରିଛନ୍ତି ତାପସୀ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଯେଉଁଥିରେ ଅନୁରାଗ କିଛି ସ୍ନେହପୂର୍ଣ୍ଣ ମୁହୂର୍ତ୍ତ ସେୟାର କରୁଥିବା ବେଳେ ତାପସୀ 23 ଦିନରେ ଫିଲ୍ମର ସୁଟିଂ ପୁରା କରିବାକୁ ନେଇ ଖୁସି ପ୍ରକାଶ କରୁଥିବାର ନଜର ଆସୁଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଏହାପୂର୍ବରୁ ଫିଲ୍ମ ବିଷୟରେ ଆଲୋଚନା କରି ତାପସୀ କହିଥିଲେ, ‘ଏହା ହେଉଛି ଏକ ଥ୍ରିଲର ଫିଲ୍ମ । ଯାହା ଭିନ୍ନ ଧରଣର ହେବାକୁ ଯାଉଛି । କାରଣ ଏହାର ନିର୍ଦ୍ଦେଶନା ଅନୁରାଗ କରୁଥିବାର ବେଳେ ଏକତା କପୁର ଏହାର ପ୍ରଯୋଜନା କରୁଛନ୍ତି । ତାଙ୍କ ସହ ଏହା ମୋର ଦ୍ବିତୀୟ ଫିଲ୍ମ । ତେଣୁ ମୁଁ ଜାଣିଛି ସେ କିପରି କାମ କରନ୍ତି । ମୋର ଆଶା ଯେ ଦର୍ଶକଙ୍କୁ ଏହି ଫିଲ୍ମ ପସନ୍ଦ ଆସିବ।’

ପ୍ରକାଶ ଥାଉକି ‘ଦୋବାରା’ର ପ୍ରଯୋଜନା ଦାୟିତ୍ବ ଶୋଭା କପୁର ଓ ଏକତା କପୁରଙ୍କ ସହ ମିଶି ସୁନିହ କ୍ଷେତ୍ରପାଲ ଏବଂ ଗୌରବ ବୋସ୍ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details