ଓଡିଶା

odisha

ETV Bharat / sitara

ସୁଶାନ୍ତଙ୍କ ପରିବାରକୁ କ୍ଷମା ମାଗିଲେ ସ୍ବରା - ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ

ଏବେ ନିଜର ଏକ ଟ୍ବିଟକୁ ନେଇ ଚର୍ଚ୍ଚାରେ ସ୍ବରା ଭାସ୍କର। ସେ ସୁଶାନ୍ତଙ୍କ ଶେଷ ଫିଲ୍ମ ଦେଖି ତାଙ୍କ ସ୍ମୃତିକୁ ସେଲିବ୍ରେଟ କରିବା କଥା କହି ତାଙ୍କ ପରିବାରକୁ କ୍ଷମା ମଧ୍ୟ ମାଗିଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Jul 22, 2020, 9:31 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ବଲିଉଡରେ ପରିବାରବାଦ ପ୍ରସଙ୍ଗ ଦେଖିବାକୁ ମିଳୁଛି । ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରଣାୱତ ତାଙ୍କ ମୃତ୍ୟୁରେ କ୍ରୋଧିତ ହୋଇ ଅନେକ ସେଲିବ୍ରିଟିଙ୍କ ଉପରେ ଅଭିଯୋଗ ଲାଗାଇ ସାରିଲେଣି । ସେ ନିକଟରେ ଏକ ସାକ୍ଷାତକାରରେ ଅଭିନେତ୍ରୀ ତାପସୀ ପନ୍ନୁ ଓ ସ୍ବରା ଭାସ୍କରଙ୍କୁ ବି ଗ୍ରେଡ ଅଭିନେତ୍ରୀ କହି ଚର୍ଚ୍ଚାରେ ଆସିଥିଲେ । ଏହି ଦୁଇ ଅଭିନେତ୍ରୀ କଙ୍ଗନାଙ୍କୁ କଡା ଜବାବ ମଧ୍ୟ ଦେଇସାରିଲେଣି । ହେଲେ କଙ୍ଗନା ଚୁପ୍ ବସିବାର ନାଁ ନେଉନାହାଁନ୍ତି । ଇତିମଧ୍ୟରେ ସ୍ବରା, ସୁଶାନ୍ତଙ୍କ ପରିବାରକୁ କ୍ଷମା ମାଗି ଚର୍ଚ୍ଚାରେ।

ସେ ନିଜ ଟ୍ବିଟରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ମତେ ଲାଗୁଛି ଯେ ଆମକୁ #SushantSinghRajputଙ୍କ ପରିବାରକୁ କ୍ଷମା ମାଗିବା ଦରକାର । ଆମ ଯୁକ୍ତିତର୍କରେ ଯେତେଥର ତାଙ୍କ ନାମ ଆସିଛି ସେହି ସବୁ ପାଇଁ କ୍ଷମା ମାଗିବା କଥା । ଏହା ଆମ ବିଷୟରେ ନୁହେଁ । ସୁଶାନ୍ତଙ୍କ ଶେଷ ଫିଲ୍ମ ଶୀଘ୍ର ରିଲିଜ ହେବାକୁ ଯାଉଛି । ଆମେ ତାଙ୍କ ସ୍ମୃତି ସେଲିବ୍ରେଟ କରିବା କଥା ଆଉ ବିନମ୍ର ହେଉଯିବା ଦରକାର।’

ପ୍ରକାଶ ଥାଉକି ସୁଶାନ୍ତଙ୍କ ଆତ୍ମହତ୍ୟାରେ ଏଯାବତ ମୁମ୍ବାଇ ପୋଲିସ କ୍ରମାଗତ ଭାବେ ତଦନ୍ତ ଚଳାଇଛି । ତାଙ୍କ ସହ ସମ୍ପୃକ୍ତ ଥିବା ଅନେକ ଲୋକଙ୍କ ବୟାନ ରେକର୍ଡ କରିସାରିଲାଣି ପୋଲିସ । ଏହି କ୍ରମରେ ବି-ଟାଉନର ଅନେକ ଫେମସ ନିର୍ମାତା ମଧ୍ୟ ସାମିଲ ଅଛନ୍ତି।

ABOUT THE AUTHOR

...view details