ମୁମ୍ବାଇ: ବି-ଟାଉନର ଫେମସ ଅଭିନେତ୍ରୀ ସ୍ବରା ଭାସ୍କର ସବୁବେଳେ ନିଜ ବିନ୍ଦାସ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରୁହନ୍ତି । ସେ ଦେଶର ସାମାଜିକ ଓ ରାଜନୈତିକ ପ୍ରସଙ୍ଗରେ ପ୍ରାୟତଃ ନିଜର ମତାମତ ଦେଉଥିବାର ନଜର ଆସନ୍ତି । ଇତିମଧ୍ୟରେ ସ୍ବରାଙ୍କୁ ଲାଗୁଛି ଯେ ଦେଶ ପାଇଁ ନୂଆ ପ୍ରଧାମନ୍ତ୍ରୀଙ୍କର ଆବଶ୍ୟକ ଅଛି । ଏକଥା ଆମେ କହୁନାହୁଁ ଏହା ତାଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟରରୁ ଜଣାପଡିଛି ।
ଦେଶକୁ ନୂଆ ପ୍ରଧାନମନ୍ତ୍ରୀ ଦରକାର: ସ୍ବରା ଭାସ୍କର - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନ୍ୟୁଜ
ପୁଣି ଟ୍ବିଟକୁ ନେଇ ଚର୍ଚ୍ଚାରେ ସ୍ବରା ଭାସ୍କର । ଦେଶ ପାଇଁ ନୂଆ ପ୍ରଧାନମନ୍ତ୍ରୀଙ୍କ ଆବଶ୍ୟକ ଅଛି ବୋଲି କହି ଚର୍ଚ୍ଚାରେ ଅଭିନେତ୍ରୀ । ଅଧିକ ପଢନ୍ତୁ...
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
କଥାଟି ହେଲା ଯେ ନିକଟରେ ସ୍ବରା କୋରୋନା ସଙ୍କଟ ଉପରେ ନିଜ ପ୍ରତିକ୍ରିୟା ଦେଇ ଏକ ଟ୍ବିଟରେ ଲେଖିଥିଲେ, ‘ଭାରତ ବର୍ତ୍ତମାନ ଏକ ନୂତନ ପ୍ରଧାନମନ୍ତ୍ରୀ ଆବଶ୍ୟକ କରୁଛି।’
ପ୍ରକାଶ ଥାଉକି ସ୍ବରା ଫେମସ ସମ୍ବାଦିକ ତଥା ଲେଖକ ଶେଖର ଗୁପ୍ତାଙ୍କ ଟ୍ବିଟକୁ ରିଟ୍ବିଟ କରି ଏମିତି ଲେଖିଥିଲେ। ଶେଖର ଗୁପ୍ତା ବୁଧବାର କରିଥିବା ଏକ ଟ୍ବିଟରେ ଲେଖିଥିଲେ, ‘ମୋଦିଙ୍କୁ ଏକ ନୂଆ ଦଳ ଦରକାର |’