ମୁମ୍ବାଇ: ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ତଥା ଅଭିନେତ୍ରୀ ସୁସ୍ମିତା ସେନ ଓ ମଡେଲ ରୋହମନ ସୈଲଙ୍କ ପ୍ରେମ ସବୁବେଳେ ସୋସିଆଲ ମିଡିଆରେ ଦେଖିବାକୁ ମିଳେ । ଦୁଇଜଣ ଏକାଠି ୱାର୍କଆଉଟ କରିବା ସହ ମସ୍ତିମଜାକ କରୁଥିବାର ପ୍ରାୟତଃ ନଜର ଆସନ୍ତି । ଏହି ଲଭବାର୍ଡଙ୍କ ବିଷୟରେ ସବୁବେଳେ ନୂଆ ଖବର ଜାଣିବାକୁ ଅନାଇ ବସନ୍ତି ଫ୍ୟାନ୍ସ । ହେଲେ ଏଥର ରୋହମନ ନିଜ ପ୍ରେମ ଭିନ୍ନ ଢଙ୍ଗରେ ସୁସ୍ମିତାଙ୍କ ପାଇଁ ଦେଖାଇଛନ୍ତି । ଯାହାର ଫଟୋ ପୋଷ୍ଟ କରି ସମସ୍ତଙ୍କୁ ସୂଚନା ଦେଇଛନ୍ତି ନିଜେ ସୁସ୍ମିତା ।
କଥାଟି ହେଲା ସୁସ୍ମିତାଙ୍କ ପ୍ରେମରେ ଦିୱାନା ଥିବା ରୋହମନ ନିଜ ପ୍ରେମ ଜାହିର କରିବା ପାଇଁ ହାତରେ ଲେଡି ଲଭଙ୍କ ନାମ ଲେଖିଛନ୍ତି । ହେଲେ ମଜାଦାର କଥା ହେଲା ଯେ ଏହି ଟାଟୁ ପରମାନେଣ୍ଟ ନୁହେଁ ।