ମୁମ୍ବାଇ: ସୁନ୍ଦରୀ ଅଭିନେତ୍ରୀ ସୁସ୍ମିତା ସେନ ବଲିଉଡର ସେହି ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ଯିଏ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ମିଡିଆ ସାମ୍ନାରେ କଥା ହେବାକୁ ଆଦୌ ପସନ୍ଦ କରନ୍ତିନି । ହେଲେ ସେ ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍ସଙ୍କ ସହ କନେକ୍ଟ ରହିବାକୁ ବେଶ୍ ଭଲ ପାଆନ୍ତି । ଇତିମଧ୍ୟରେ ସେ ଏକ ଇମୋସନାଲ ପୋଷ୍ଟ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଯାହାକୁ ଦେଖି ଫ୍ୟାନ୍ସଙ୍କୁ ଘାରିଛି ତାଙ୍କ ଚିନ୍ତା । କାରଣ କିଛି ଦିନରୁ ତାଙ୍କ ବ୍ରେକଅପ୍ କଥା ଚର୍ଚ୍ଚାର ବିଷୟ ପାଲଟିଛି । ଶୁଣିବାକୁ ମିଳୁଛି ଯେ ଦୀର୍ଘ ସମୟର ବୟଫ୍ରେଣ୍ଡ ରୋହମାନ ସୈଲଙ୍କ ସହ ତାଙ୍କର ବ୍ରେକଅପ୍ ହୋଇଯାଇଛି ।
ରୋହମାନଙ୍କ ସହ ସୁସ୍ମିତାଙ୍କ ବ୍ରେକଅପ୍, ଇମୋସନାଲ ହେଲେ ଅଭିନେତ୍ରୀ ! - ସୁନ୍ଦରୀ ଅଭିନେତ୍ରୀ ସୁସ୍ମିତା ସେନଙ୍କ ନ୍ୟୁଜ
ଭାଇରାଲ ହେଲା ସୁସ୍ମିତାଙ୍କ ଭାବବିହ୍ବଳ ପୋଷ୍ଟ । ଆଶ୍ଚର୍ଯ୍ୟ ଫ୍ୟାନ୍ସ । ରୋହମାନଙ୍କ ସହ ବ୍ରେକଅପ୍ ଚର୍ଚ୍ଚାରେ ଏମିତି କିଛି ସେୟାର କଲେ ଅଭିନେତ୍ରୀ । ଅଧିକ ପଢନ୍ତୁ...
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁସ୍ମିତା ସେନ
ସେପଟେ ତାଙ୍କ ଇମୋସନାଲ ପୋଷ୍ଟକୁ ବର୍ତ୍ତମାନ ବ୍ରେକଅପ୍ ସହ ଯୋଡୁଛନ୍ତି ସମସ୍ତେ । ତେବେ କଥାଟି ହେଲା ଯେ ସେ ଗୋଟିଏ ଭାବନାତ୍ମକ କଥା ପୋଷ୍ଟ କରିଛନ୍ତି ଆଉ କ୍ୟାପସନରେ ଲେଖିଛନ୍ତି, ‘ନିଜକୁ ପୁନରାବୃତ୍ତି କର, ଯେଉଁ ପର୍ଯ୍ୟନ୍ତ ଆମେ ସେଗୁଡିକୁ ଭାଙ୍ଗିନେ। ଆମ ସମସ୍ତଙ୍କର ସେହି ଶକ୍ତି ଅଛି ଯାହା ଆମେ ନିଜକୁ ସୁସ୍ଥ କରିପାରିବ । ମୁଁ ଅନୁଭୂତିରୁ କହୁଛି । ଯେତେବେଳେ ଆମେ ଢାଞ୍ଚାର ପୁନରାବୃତ୍ତି, ଅସ୍ପଷ୍ଟତା, ଅଭ୍ୟାସ ବିଷୟରେ ସଚେତନ ହେବା, ଆମକୁ ସେହି ଢାଞ୍ଚାଗୁଡିକୁ ଭାଙ୍ଗିବାକୁ ପଡିବ। ସେଗୁଡିକ ଆମକୁ ଭାଙ୍ଗିବା ପୂର୍ବରୁ ।’