ମୁମ୍ବାଇ: ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ସନ୍ନି ଲିଓନ ଏଥର ଫ୍ୟାନ୍ସଙ୍କ ପାଇଁ ନିଜର ଏକ ଫନ୍ନି ଭିଡିଓ ସେୟାର କରି ଚର୍ଚ୍ଚାରେ । ଯାହାକୁ ଦେଖି ଲାଗୁଛି ଲକଡାଉନରେ ସେ ନିଜ ଶରୀରର ଓଜନ ବଢାଇ ଦେଇଛନ୍ତି । କାରଣ ତାଙ୍କ ଡ୍ରେସର ଜିପ୍ ବନ୍ଦ କରିବାକୁ ଚାରିଜଣ ଲୋକ ଚେଷ୍ଟା କରୁଥିବାର ନଜର ଆସୁଛନ୍ତି ।
ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରି ସେ ଲେଖିଛନ୍ତି, ‘ମୋ ଗାଉନ୍କୁ ପରଫେକ୍ଟ କରିବା ପାଇଁ ପୁରା ଆର୍ମି ଲାଗିଛନ୍ତି ।’ ବର୍ତ୍ତମାନ ଭାଇରାଲ ହେଉଥିବା ସନ୍ନିଙ୍କ ଏହି ଭିଡିଓ ଏମଟିଭି ‘ସ୍ପିଲ୍ଟସ୍ଭିଲା’ ସେଟର । ଯେଉଁଥିରେ ସେ ସୁଟ ପାଇଁ ପ୍ରସ୍ତୁତ ହେଉଥିବାର ଦେଖାଯାଉଛନ୍ତି । ହେଲେ ତାଙ୍କ ଆଉଟଫିଟ୍ର ଜିପ୍ ବନ୍ଦ କରିବାରେ ଲାଗିଛନ୍ତି ସମସ୍ତେ ।