ଓଡିଶା

odisha

ETV Bharat / sitara

ହସ୍ପିଟାଲରେ ବେଡ ଅଭାବ, ରାଗିଲେ ଆଲିୟାଙ୍କ ମା' - ହସ୍ପିଟାଲରେ ବେଡ ଅଭାବ, ରାଗିଲେ ଆଲିୟାଙ୍କ ମା'

ଟ୍ବିଟରରେ ବିଏମସି ଓ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରି ରାଗ ପ୍ରକାଶ କଲେ ସୋନି । ହସ୍ପିଟାଲରେ ବେଡ ଅଭବା ଉପରେ ପ୍ରଶ୍ନ କରିଛନ୍ତି ସେ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

By

Published : Jul 16, 2020, 7:07 PM IST

ମୁମ୍ବାଇ: ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି । ଏମିତି ପରିସ୍ଥିରେ ଅନେକ ହସ୍ପିଟାଲରେ ପର୍ଯ୍ୟାପ୍ତ ବେଡରୁ ନେଇ ଅନ୍ୟ ଉପକରଣର ଅଭାବ ଦେଖିବାକୁ ମିଳୁଛି । ଯାହା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କୋରୋନା ସଂକ୍ରମିତଙ୍କ ସହ ଅନ୍ୟ ରୋଗୀ। ଇତିମଧ୍ୟରେ ଫେମସ ଅଭିନେତ୍ରୀ ତଥା ଆଲିୟା ଭଟ୍ଟଙ୍କ ମା' ସୋନି ରାଜଦାନ ଚର୍ଚ୍ଚାରେ ଆସିଛନ୍ତି । ସେ ହସ୍ପିଟାଲ ଓ ସରକାରଙ୍କ ଅବହେଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।

ଏଥର ସୋସିଆଲ ମିଡିଆରେ ବିଏମସିର ଖରାପ ବ୍ୟବସ୍ଥା ଉପରେ ରାଗଭରା ପୋଷ୍ଟ କରିଛନ୍ତି ସୋନି। କଥାଟି ହେଲା ଯେ ସୋନିଙ୍କ ଜଣେ ବନ୍ଧୁଙ୍କ ମା' କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିବାର ଥିଲା । ହେଲେ ହସ୍ପିଟାଲରେ ତାଙ୍କୁ ବେଡ ସୁବିଧା ମିଳିନଥିଲା।

ଏହି କଥାରେ ରାଗି ସୋନି ଟ୍ବିଟରେ ଲେଖିଥିଲେ, ‘ମୋ ବନ୍ଧୁଙ୍କ ମା'ଙ୍କୁ ହସ୍ପିଟାଲରେ ବେଡ ମିଳିଲାନି। 7ଟି ହସ୍ପିଟାଲର ଚକ୍କର କାଟିବାକୁ ପଡିଥିଲା। ଯାହାପରେ ଗୋଟିଏ ହସ୍ପିଟାଲରେ ପରିଶେଷରେ ବେଡ ମିଳିଥିଲା । Remdesivir ଭଳି ଔଷଧ ମଧ୍ୟ ଉପଲବ୍ଧ ନାହିଁ । ଯେପର୍ଯ୍ୟନ୍ତ ସବୁ ନାଗରିକଙ୍କୁ ହସ୍ପିଟାଲରେଲ ବେଡ ଓ ଔଷଧ ନ ମିଳୁଛି, ସ୍ଥିତିକୁ କାବୁ କରିବାର କଥା କୁହନ୍ତୁ ନାହିଁ।’

ସେହିପରି ସେ ଦ୍ବିତୀୟ ଟ୍ବିଟରେ ବିଏମସି ଓ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା।

ABOUT THE AUTHOR

...view details