ମୁମ୍ବାଇ: ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ଡେଟିଂ ଖବର ଅନେକ ଥର ଚର୍ଚ୍ଚାରେ ରହିସାରିଛି । ସୋନାକ୍ଷୀଙ୍କ ଫିଲ୍ମ କ୍ୟାରିୟରରେ ତାଙ୍କ ନାମ ଅନେକ ଆକ୍ଟର୍ସଙ୍କ ସହ ସମ୍ପୃକ୍ତ ହୋଇସାରିଛି । କିନ୍ତୁ ଏଥର ସେ ନିଜ ରିଲେସନସିପ ଷ୍ଟେଟସ ବିଷୟରେ ଖୁଲମଖୁଲା କଥା ହୋଇଛନ୍ତି । ବର୍ତ୍ତମାନ ସେ କୌଣସି ରିଲେସନଶିପରେ ନାହାଁନ୍ତି ଆଉ ନିଜ ଜୀବନରେ ପାର୍ଟନରର ଖାଲି ସ୍ଥାନ ଅନୁଭବ କରୁଛନ୍ତି ବୋଲି କହିଛନ୍ତି ସୋନାକ୍ଷୀ ।
ବଲିଉଡ ଇଣ୍ଡଷ୍ଟ୍ରିରେ ସୋନାକ୍ଷୀଙ୍କ ଅନେକ ବନ୍ଧୁଙ୍କୁ ତାଙ୍କ ଜୀବନସାଥୀ ମିଳିସାରିଲାଣି କିନ୍ତୁ ସୋନାକ୍ଷୀ ଏବେ ମଧ୍ୟ ମିଷ୍ଟର ରାଇଟର ଅପେକ୍ଷାରେ ଅଛି । ସୋନାକ୍ଷୀ ବନ୍ଧୁମାନଙ୍କୁ ଦେଖି ଏବେ ନିଜ ଜୀବନରେ ଥିବା ପାର୍ଟନରର ଖାଲି ସ୍ଥାନ ଅନୁଭବ କରୁଛନ୍ତି । ତାଙ୍କ ଅନୁୟାୟୀ ସେ ପ୍ରେମ ଖୋଜୁନାହାଁନ୍ତି କିନ୍ତୁ ସେ ଚାହୁଁଛନ୍ତି ପ୍ରେମ ତାଙ୍କୁ ଖୋଜୁ ବୋଲି ।