ମୁମ୍ବାଇ: ଫିଟନେସ ଆଇକନ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସୋମବାର ଆଶ୍ଚର୍ଯ୍ୟକର କଥା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । କାରଣ ସେ ସୋସିଆଲ ମିଡିଆରୁ ବର୍ତ୍ତମାନ ବ୍ରେକ୍ ନେଇଛନ୍ତି । ଏହାର ଘୋଷାଣ କରି ସେ ଫ୍ୟାନ୍ସଙ୍କ ମନ ଦୁଃଖ କରିଛନ୍ତି । ସୋମବାର ସେ ସମସ୍ତଙ୍କୁ ଜଣାଇଥିଲେ ଯେ ଏହି ଭୟଙ୍କର କୋଭିଡ ପରିସ୍ଥିତି ମଧ୍ୟରେ ସୋସିଆଲ ମିଡିଆରୁ ବିରତି ନେବା ଠିକ୍ କଥା ହେବ।
ସୋସିଆଲ ମିଡିଆକୁ ଶିଳ୍ପାଙ୍କ ବାଏ ବାଏ, ନିରାଶ ଫ୍ୟାନ୍ସ - ସେକ୍ସି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଅପଡେଟ ନ୍ୟୁଜ
ଭାଇରାଲ ହେଲା ଶିଳ୍ପାଙ୍କ ନୂଆ ପୋଷ୍ଟ । ଏଥର ସେ ସୋସିଆଲ ମିଡିଆରୁ ବ୍ରେକ୍ ନେବା କଥା କହି ସମସ୍ତଙ୍କୁ ନିରାଶ କରିଛନ୍ତି । ଅଧିକ ପଢନ୍ତୁ...
ସେହିପରି ସେ ଏକ ପୋଷ୍ଟରେ ଲେଖିଛନ୍ତି, ‘ଯଦି ତୁମେ ତୁମର ଚାରିପାଖରେ ଘଟୁଥିବା ସବୁକିଛି ଅନୁଭବ କରୁଛ, ତେବେ ସୋସିଆଲ ମିଡିଆରୁ ବିରତି ନେବା ଠିକ୍ ହେବ | କୋଭିଡ -19 ସହିତ ସଂଘର୍ଷ କରୁଥିବା ସମସ୍ତଙ୍କ ପାଇଁ, ମୁଁ ବୁଝିପାରୁଛି ଯେ ଏହି ଯୁଦ୍ଧ ଆମମାନଙ୍କ ପାଇଁ ସହଜ ନୁହେଁ ।’
ଏହାବ୍ୟତୀତ ନିକଟରେ ତାଙ୍କ ପରିବାର ସଦସ୍ୟ କୋରୋନା ସଂକ୍ରମିତ ବାହାରିଥିଲେ । ଯାହାର ସୂଚନା ସେ ଇନଷ୍ଟାଗ୍ରାମରେ ଦେଇ ଲେଖିଥିଲେ,‘ଗତ 10 ଦିନ ଧରି ଆମ ପରିବାର ପାଇଁ ବହୁତ କଷ୍ଟସାଧ୍ୟ ସମୟ ଥିଲା । ପ୍ରଥମେ ମୋ ଶାଶୁ ଶଶ୍ବରଙ୍କୁ କୋରୋନା ହୋଇଥିଲା, ଏହାପରେ ମୋ କୁନି ଝିଅ ସମିଶା, ପୁଅ ଭିଆନ, ମୋ ମା' ଏବଂ ଶେଷରେ ମୋ ସହିତ ସ୍ବାମୀ ରାଜଙ୍କ ମଧ୍ୟ କୋରୋନା ରିପୋର୍ଟ ପଜିଟିଭ ଆସିଥିଲା । ସମସ୍ତେ ନିଜ ନିଜ ରୁମ ଆଇସୋଲେଟରେ ଅଛନ୍ତି ଏବଂ ସମସ୍ତ ଗାଇଡଲାଇନ ଅନୁସରଣ କରୁଛନ୍ତି ।’