ଓଡିଶା

odisha

ETV Bharat / sitara

28 ବର୍ଷ ବୟସରେ ଅକ୍ଷୟଙ୍କ ମା' ସାଜିଥିଲେ ଶେଫାଳି, ଏବେ ଦେଲେ ଜବାବ

ବର୍ତ୍ତମାନ ଚର୍ଚ୍ଚାରେ ଶେଫାଳି । ଏଥର ସେ ନିଜ ମା' ଭୂମିକାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ପରଦାରେ ଅକ୍ଷୟଙ୍କ ମା' ଭୂମିକାରେ କରିସାରିଛନ୍ତି ଅଭିନୟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶେଫାଳି ଶାହ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶେଫାଳି ଶାହ

By

Published : Dec 19, 2020, 1:06 PM IST

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ଶେଫାଳି ଶାହ ୱେବ ସିରିଜ ‘ଦିଲ୍ଲୀ କ୍ରାଇମ’ରେ ଦମଦାର ଅଭିନୟ କରି ସମସ୍ତଙ୍କ ମନ ପୁଣି ଜିତିଛନ୍ତି । ସେ ଏମିତି ଅଭିନେତ୍ରୀ ଯିଏ ମାତ୍ର 20 ବର୍ଷ ବୟସରେ ମା' ଭୂମିକାରେ ଅଭିନୟ କରି ଚର୍ଚ୍ଚାରେ ଆସିଥିଲେ । ଖାଲି ଏତିକି ନୁହେଁ 2005ରେ ଆସିଥିବା ଖିଲାଡି ଅକ୍ଷୟ କୁମାରଙ୍କ ଫିଲ୍ମ ‘ବକ୍ତ’ରେ ମଧ୍ୟ ମା' ସାଜିଥିଲେ । ଯେତେବେଳେ ତାଙ୍କ ବୟସ 28-30 ମଧ୍ୟରେ ଥିଲା । ବର୍ତ୍ତମାନ ଏହା ବିଷୟରେ ସେ ଆଲୋଚନା କରି ଚର୍ଚ୍ଚାରେ ।

ତାଙ୍କ ଅନୁଯାୟୀ ଏହି ରୋଲ ପାଇଁ ତାଙ୍କୁ କମ୍ ବୟସରେ ମେକର୍ସ ଟାଇପକାଷ୍ଟ କରିଦେଇଥିଲେ । ଏକ ସାକ୍ଷାତକାରରେ ସେ ଆଲୋଚନା କରି କହିଛନ୍ତି, ‘ମୁଁ ସେହି ନିର୍ଦ୍ଦିଷ୍ଟ ବୟସରେ ମଧ୍ୟ ପହଞ୍ଚି ନ ଥିଲି ଯେବେ ମତେ ମା' ରୋଲ ପାଇଁ ଅଫର ମିଳିଥିଲା । ମୁଁ ଏକ ଶୋ କରିଥିଲି ଯେଉଁଥିରେ ମୁଁ 20 ବର୍ଷ ବୟସରେ 15 ବର୍ଷର ଶିଶୁର ମା ଭୂମିକାରେ ଅଭିନୟ କରିଥିଲି । ଆଉ ଯେତେବେଳେ ମୋର ବୟସ 28ରୁ 30 ମଧ୍ୟରେ ଥିଲା, ମୁଁ ଅକ୍ଷୟଙ୍କ ମା' ଚରିତ୍ରରେ ଅଭିନୟ କରିଥିଲି ।’

ଏହାସହ ସେ ମଜାକ କରି ଆହୁରି କହିଥିଲେ ଯେ ସ୍କ୍ରିନ ସମୟ ଦୃଷ୍ଟିରୁ ତାଙ୍କୁ ବର୍ତ୍ତମାନ 133ବର୍ଷ ବର୍ଷ ଚାଲିଛି । ଯଦି ଶେଫାଳିଙ୍କ ବେଷ୍ଟ ସିରିଜ ‘ଦିଲ୍ଲୀ କ୍ରାଇମ’ ବିଷୟରେ କହିବା ତେବେ 2012ରେ ଘଟିଥିବା ନିର୍ଭୟା ଗଣଦୁଷ୍କର୍ମ କାହାଣୀକୁ ନେଇ ଆଧାରିତ ଏହି ସିରିଜ । ଯେଉଁଥିରେ ସେ ଡିସିପି ଭାର୍ତିକା ଚତୁର୍ବେଦୀ ଭୂମିକାରେ ଅଭିନୟ କରିଥିଲେ । ନିକଟରେ ଏହି ସିରିଜକୁ ବେଷ୍ଟ ଡ୍ରାମା ସିରିଜ ଭାବେ ଇଣ୍ଟରନ୍ୟାସନାଲ ଆୱାର୍ଡ ମିଳିଥିଲା ।

ABOUT THE AUTHOR

...view details