ମୁମ୍ବାଇ: କୋରୋନା ପ୍ରକୋପ ଏବେ ସେଲିବ୍ରିଟିଙ୍କ ଘରେ ପହଞ୍ଚିଲାଣି । ନିକଟରେ ବିଗ ବି ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଲାଡଲୀ ଆରାଧ୍ୟା ବଚ୍ଚନଙ୍କ କୋରୋନା ଟେଷ୍ଟ ପଜିଟିଭ ବାହାରିଥିଲା । ଯାହାପରେ ଅମିତାଭ ଓ ଅଭିଷେକ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଉ ଏବେ ଐଶ ଓ ଆରାଧ୍ୟା ହୋମ କାରେଣ୍ଟିନରେ ଅଛନ୍ତି । ଇତିମଧ୍ୟରେ ବି-ଟାଉନରର ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଘରେ କୋରୋନା ସଂକ୍ରମିତ ବାହାରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା । ଯାହାର ସୂଚନା ସାରା ସୋସିଆଲ ମିଡିଆରେ ଦେଇଛନ୍ତି ।
ସାରାଙ୍କ ଡ୍ରାଇଭର କୋରୋନା ପଜିଟିଭି
ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ସାରା । ତାଙ୍କ ଘରେ ମଧ୍ୟ ପ୍ରବେଶ କରିଛି କୋରୋନା ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସାରା ଅଲ୍ଲୀ ଖାନ
ସେ ସୋମବାର ଇନଷ୍ଟାଗ୍ରାମରେ ସୂଚନା ଦେଇ ପୋଷ୍ଟ କରିଥିଲେ ଯେ ତାଙ୍କ ଡ୍ରାଇଭର କୋରୋନ ପଜିଟିଭି । ସେହିପରି କ୍ୟାପସନରେ ଲେଖିଥିଲେ, ‘ମୁଁ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛି ଯେ ଆମ ଡ୍ରାଇଭର କୋଭିଡ-19 ପଜିଟିଭି । ବିଏମସି ଏହାକୁ ନେଇ ଖୁବ୍ ଆଲର୍ଟ ରହିଥିଲା । ଡ୍ରାଇଭରଙ୍କୁ ସଙ୍ଗେ ସଙ୍ଗେ କ୍ବାରେଣ୍ଟିନ ସେଣ୍ଟର ନିଆଗଲା । ମୋ ପରିବାର, ଘରର ଅନ୍ୟ ଷ୍ଟାଫ ଓ ମୋ ଟେଷ୍ଟ ନେଗେଟିଭ ଆସିଛି । ଆମେ ଆବଶ୍ୟକ ନିୟମ ପାଳନ କରିବୁ । ମୋ ପରିବାର ତରଫରୁ ବିଏମସିର ସାହାଯ୍ୟ ପାଇଁ ଧନ୍ୟବାଦ । ସମସ୍ତେ ସୁରକ୍ଷିତ ରୁହ ।’