ମୁମ୍ବାଇ: କୋରୋନାର ଦ୍ବିତୀୟ ଲହର ପୁଣି ଥରେ ସାରା ଦେଶରେ ଲୋକଙ୍କୁ ହଇରାଣ କରିବା ଆରମ୍ଭ କରିଦେଇଛି । ବହୁ ବଲିଉଡ ସେଲିବ୍ରିଟି ଏହି ସଂକ୍ରମଣରେ ସଂକ୍ରମିତ ହୋଇସାରିଲେଣି । ନିକଟରେ ଅଭିନେତ୍ରୀ ସମୀରା ରେଡ୍ଡୀଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଥିଲା । ଆଉ ଏବେ ଶୁଣିବାକୁ ମିଳୁଛି ତାଙ୍କ ସ୍ବାମୀ ସମେତ ଦୁଇ ପିଲାଙ୍କୁ ମଧ୍ୟ କୋରୋନା ସଂକ୍ରମିତ ହୋଇଛନ୍ତି । ଯାହାକୁ ନେଇ ଚିନ୍ତିତ ଅଭିନେତ୍ରୀ ।
ସମୀରାଙ୍କ ପରେ ପୁରା ପରିବାର କୋରୋନା ଆକ୍ରାନ୍ତ, ଚିନ୍ତାରେ ଅଭିନେତ୍ରୀ - କୋରୋନା ଆକ୍ରାନ୍ତ ସମୀରଙ୍କ ପିଲା
ଛୋଟ ଛୁଆଙ୍କୁ ମଧ୍ୟ ଛାଡିନି କୋରୋନା । ଏହି ଭାଇରାସରେ ଶିକାର ହେବାରେ ଲାଗିଛନ୍ତି ସମସ୍ତେ । ଅଭିନେତ୍ରୀ ସମୀରାଙ୍କ ପୁରା ପରିବାର କୋରୋନା ଆକ୍ରାନ୍ତ । ଅଧିକ ପଢନ୍ତୁ...

ଏହାର ସୂଚନା ସେ ଇନଷ୍ଟାଗ୍ରାମରେ ଦେଇ ଲେଖିଛନ୍ତି, ‘ଅନେକ ଲୋକ ମତେ ହଂସ ଓ ନାୟରାଙ୍କ ବିଷୟରେ ପଚାରୁଛନ୍ତି । ଗତ ସପ୍ତାହରେ ହଂସ ଜ୍ବର, ମୁଣ୍ଡବିନ୍ଧା, ଶରୀର ଯନ୍ତ୍ରଣା, ପେଟ ଯନ୍ତ୍ରଣା ଏବଂ ପ୍ରବଳ ଥକ୍କା କାରଣରୁ ଅସୁବିଧାରେ ପଡ଼ିଥିଲେ । ଏହି କ୍ରମ 4 ଦିନ ପର୍ଯ୍ୟନ୍ତ ଚାଲିଥିଲା । ଏହା ଅତ୍ୟନ୍ତ ଅସାଧାରଣ ଥିଲା, ତେଣୁ ଯେତେବେଳେ ତାଙ୍କର ଟେଷ୍ଟ କରାଇଲୁ ସେ କୋଭିଡ ପଜିଟିଭ ବାହାରିଲେ । ବର୍ତ୍ତମାନ ମତେ ସ୍ବୀକାର କରିବାକୁ ପଡିବ ଯେ ମୁଁ ଭୟଭୀତ ଅନୁଭବ କରୁଛି।’
ପ୍ରକାଶ ଥାଉ ଯେ, ସମୀରାଙ୍କ ପୂର୍ବରୁ ନିକଟରେ ଅଭିନେତା ଅର୍ଜୁନ ରାମପାଲ କୋରୋନା ସଂକ୍ରମିତ ହେବାର ଖବର ସାମ୍ନାକୁ ଆସିଥିଲା ।