ଓଡିଶା

odisha

ETV Bharat / sitara

ଭିଡ ହିଂସାର ଶିକାର ହୋଇସାରିଛନ୍ତି ‘ମହାଭାରତ’ର ଦ୍ରୌପଦୀ - ଦୁଃଖ ବଖାଣିଲେ ଅଭିନେତ୍ରୀ ରୂପା ଗାଙ୍ଗୁଲି

ଟ୍ବିଟରରେ ଦୁଃଖ ବଖାଣିଲେ ଅଭିନେତ୍ରୀ ରୂପା ଗାଙ୍ଗୁଲି। ଭିଡ ହିଂସାକୁ ନେଇ କଲେ ନିନ୍ଦା। ଅଧିକ ପଢନ୍ତୁ...

rupa ganguly
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

By

Published : Apr 22, 2020, 8:15 PM IST

ମୁମ୍ବାଇ: ମହାରାଷ୍ଟ୍ରର ପାଲଘରରେ ହୋଇଥିବା ଭିଡ ହିଂସାରେ ଚାଲିଯାଇଥିବା ତିନି ନିରହ ଜୀବନକୁ ନେଇ ଦୁଃଖିତ ବଲିଉଡ ଷ୍ଟାର୍ସ। ଏହି ଖବର ସାମ୍ନାକୁ ଆସିବା ମାତ୍ରେ ସେଲିବ୍ରିଟିଙ୍କ କ୍ରୋଧ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା। ଏହି ମାମଲାରେ ଏବେ ‘ମହାଭାରତ’ର ଦ୍ରୌପଦୀ ଭୂମିକାରେ ଲୋକପ୍ରିୟ ହାସିଲ କରିଥିବା ଅଭିନେତ୍ରୀ ରୂପା ଗାଙ୍ଗୁଲିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ଫଟୋ ସୌଜନ୍ୟ: ଟ୍ବିଟର@ରୂପା ଗାଙ୍ଗୁଲି

ମାମଲା ସହ ସମ୍ପୃକ୍ତ ଥିବା ଏକ କାହାଣୀ ମଧ୍ୟ ଶୁଣାଇଛନ୍ତି ରୂପା। ସେ ମଧ୍ୟ ଭିଡହିଂସାର ଶିକାର ହୋଇସାରିଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି, ‘ଏହି ଘଟଣା ପରେ ମତେ କିଛି ଦିନ ହେବ ମନେ ପଡିଯାଉଛି 2016 ମେ 22ର ଡାଇମଣ୍ଡ ହାର୍ବରର ଏକ ଘଟଣା। 17-18 ଲୋକ, ପୋଲିସକୁ ସାଥିରେ ନେଇ ମତେ ଗାଡିରୁ ବାହାର କରି ରାସ୍ତାରେ ପିଟିଥିଲେ। ଆଉ ଗାଡି ମଧ୍ୟ ଭାଙ୍ଗି ଦେଇଥିଲେ। ଯାହାପରେ ଦୁଇଥର ବ୍ରେନ ହ୍ୟାମ୍ରେଜ ଶିକାର ହେବାକୁ ପଡିଥିଲା । କେବଳ ମରିନଥିଲି। ରାଲି ଡ୍ରାଇଭର, ତେଣୁ ଭିଡ ହିଂସାରୁ ଖସି ପଳାଇ ଆସିଥିଲି। ପାଲଘର କଥା ଶୁଣି ବହୁତ ଦୁଃଖ ଲାଗୁଛି। ’

ଭିଡିଓ ସୌଜନ୍ୟ: ଟ୍ବିଟର@ରୂପା ଗାଙ୍ଗୁଲି

ଏହି ପୋଷ୍ଟରେ ସେ ମହାଭାରତର ଦ୍ରୌପଦୀ ବସ୍ତ୍ରର ହରଣର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଯାହାର କ୍ୟାପସନରେ ଲେଖିଛନ୍ତି, ‘ହେ କ୍ରିଷ୍ଣା, ହେ କ୍ରଷ୍ଣା, ହେ କ୍ରଷ୍ଣା।’

ABOUT THE AUTHOR

...view details