ମୁମ୍ବାଇ: ବଲିଉଡର ସୁନ୍ଦର ଓ ବୋଲ୍ଡ ଅଭିନେତ୍ରୀ ରିଚା ଚଡ୍ଡା ମଙ୍ଗଳବାର ଜଣେ ଟ୍ବିଟର ୟୁଜରଙ୍କୁ କଡା ଜବାବ ଦେଇଥିଲେ। ଯିଏ ତାଙ୍କୁ ମହିଳାମାନେ କାହିଁକି ସଂରକ୍ଷଣ ଆବଶ୍ୟକ କରନ୍ତି ବୋଲି ପଚାରିଥିଲେ। ସୋସିଆଲ ମିଡିଆରେ ପ୍ରାୟତଃ ରିଚାଙ୍କୁ ଟ୍ରୋଲ କରାଯାଏ । ହେଲେ ସେ ମଧ୍ୟ କେଉଁ ଛାଡିବା ଝିଅ । ନିଜ ବିନ୍ଦାସ ଜବାବରେ ସେ ସମସ୍ତଙ୍କ ମୁହଁ ବନ୍ଦ କରିଦିଅନ୍ତି । ଏଥର ମଧ୍ୟ ଏମିତି କିଛି ଘଟିଛି ଯେବେ ମହିଳା ସଂରକ୍ଷଣ ଉପରେ ନିଜର ଚିନ୍ତା ପ୍ରକଟ କହି ଟ୍ରୋଲରକୁ ଜବାବ ଦେଇଛନ୍ତି ସେ ।
ମହିଳା ସଂରକ୍ଷଣକୁ ନେଇ ୟୁଜରଙ୍କ ପ୍ରଶ୍ନରେ ରାଗିଲେ ରିଚା - ଟ୍ବିଟର ୟୁଜରଙ୍କୁ କଡା ଜବାବ ଦେଲେ ରିଚା ଚଡ୍ଡା
ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଲେ ରିଚା । ଏଥର ମହିଳା ସଂରକ୍ଷଣକୁ ନେଇ ଉଠୁଥିବା ପ୍ରଶ୍ନ ଉପରେ ଦେଲେ ପ୍ରତିକ୍ରିୟା । ଅଧିକ ପଢନ୍ତୁ...
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଚା ଚଡ୍ଡା
କଥାଟି ହେଲା ଯେ ଜଣେ ୟୁଜର ଟ୍ବିଟ କରି ଲେଖିଥିଲେ, ‘ମହିଳାମାନେ କାହିଁକି ସଂରକ୍ଷଣ ଆବଶ୍ୟକ କରନ୍ତି । ତେବେ ସେମାନେ କଣ ନିଜକୁ ପୁରୁଷଙ୍କ ତୁଳନାରେ ନିମ୍ନ ମନେ କରୁଛନ୍ତି । ଦୟା କରି ନିଜ ଶକ୍ତି ଦ୍ବାରା ଜିତିବାକୁ ଚେଷ୍ଟା କର ।’
ସେପଟେ ରିଚା ସଙ୍ଗେ ସଙ୍ଗେ ଏହାର ଜବାବରେ କହିଥିଲେ, ‘ତୁରନ୍ତ ପ୍ରଭାବ ସହିତ ତୁମକୁ ଗର୍ଭରେ ପ୍ରତ୍ୟାହାର କରାଯିବା ଉଚିତ୍ ଏବଂ ପରେ ଏକ ସମ୍ଭାବନା ଭାବରେ ପ୍ରତ୍ୟାଖ୍ୟାନ କରାଯାଉ ।’