ଓଡିଶା

odisha

ETV Bharat / sitara

ମହେଶଙ୍କ ସହ ସମ୍ପର୍କକୁ ନେଇ ମୌନବ୍ରତ ଭାଙ୍ଗିଲେ ରିଆ

ସୁଶାନ୍ତଙ୍କ ମୃତ୍ୟୁ ପରଠୁ ରିଆଙ୍କୁ ସନ୍ଦେହ ନଜରରେ ଦେଖୁଛନ୍ତି ସମସ୍ତେ। ଏହାସହ ମହେଶ ଓ ତାଙ୍କ ସମ୍ପର୍କ ଉପରେ ମଧ୍ୟ ଉଠିସାରିଲାଣି ଅନେକ ପ୍ରଶ୍ନ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

By

Published : Aug 28, 2020, 4:39 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ବଡ ଟ୍ବିଷ୍ଟ ସେହି ସମୟର ଆସିଥିଲା ଯେ ତାଙ୍କ କଥି ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ଓ ଫେମସ ନିର୍ମାତା ମହେଶ ଭଟ୍ଟଙ୍କ ହ୍ବାଟ୍ସଅପ ଚାର୍ଟ ଭାଇରାଲ ହୋଇଥିଲା । ସେହି ଭାଇରାଲ ଚାର୍ଟରୁ ଏମିତି ଜଣା ପଡୁଥିଲା ଯେ ରିଆ ନିଜେ ସୁଶାନ୍ତଙ୍କୁ ଛାଡି ଦେଇଥିଲେ । ଆଉ ମହେଶ ତାଙ୍କୁ ଏହି ପଦକ୍ଷେପରେ ସହଯୋଗ ମଧ୍ୟ କରିଥିଲେ । ଏହି ଚର୍ଚ୍ଚା ଉପରେ ମୁହଁ ଖୋଲିଛନ୍ତି ରିଆ।

ସେ ନିକଟରେ ଦେଇଥିବା ଏକ ବୟାନରେ କହିଥିଲେ, ‘ମୁଁ ସୁଶାନ୍ତଙ୍କୁ ଛାଡିଥିଲେ ସତ, ହେଲେ ଏଥିପାଇଁ ମତେ ମହେଶ ସହଯୋଗ କରିନଥିଲେ । ଏହି ନିଷ୍ପତ୍ତି କେବଳ ମୋର ଥିଲା । ମୁଁ ତାଙ୍କୁ ଛାଡିଲା ବେଳେ ବହୁତ ଦୁଃଖି ମଧ୍ୟ ଥିଲି । ସେହିପରି ତାଙ୍କ ଭଉଣୀ ତାଙ୍କ ପାଖକୁ ରହିବାକୁ ଆସିଥାଆନ୍ତେ । ଏକି କାରଣ ପାଇଁ ସୁଶାନ୍ତ ନିଜେ କହିଥିଲେ ଘର ଛାଡିବା ପାଇଁ । ଯାହା ପରେ ମୋ ମନ ଭାଙ୍ଗି ଯାଇଥିଲା । ସେହି ସମୟରେ ମୁଁ ମହେଶଙ୍କ ପରାର୍ମଶ ନେଇଥିଲି । ଯଦି ମନ ଦୁଃଖରେ କାହାଠୁ କିଛି ପରାର୍ମଶ ନିଆଯାଏ ତେବେ କଣ ଭୁଲ୍‌ । ମତେ ବର୍ତ୍ତମାନ ସସସ୍ତେ ମହେଶଙ୍କ ଗାର୍ଲଫ୍ରେଣ୍ଡ କହୁଛନ୍ତି । ମୁଁ ଯଦି କାହାକୁ ମୋ ପିତାଙ୍କ ଭଳି ମାନି କିଛି ସେୟାର କରୁଥିଲି ତାହାଲେ କଣ ଖରାପ । ସବୁ ଚାର୍ଟରେ ମହେଶ ମତେ ଝିଅ କହି ଡାକୁଥିଲେ । ହେଲେ ଲୋକ କେବେ ମଧ୍ୟ ଏହା ବୁଝିବେ ନାହିଁ । ଯାହା ମନକୁ ଆସୁଛି ତାହା କହୁଛନ୍ତି । ଯାହାକୁ ନେଇ ମୁଁ ବହୁତ ଅସନ୍ତୋଷ ।’

ABOUT THE AUTHOR

...view details