ଓଡିଶା

odisha

By

Published : Jun 30, 2021, 7:38 AM IST

ETV Bharat / sitara

ଅନେକ ଦିନ ପରେ ହସିଲେ ରିଆ, ଭାଇରାଲ ଫଟୋ

ସେଲ୍ଫି ଫଟୋ ପୋଷ୍ଟ କରି ଚର୍ଚ୍ଚାରେ ରିଆ ଚକ୍ରବର୍ତ୍ତୀ । ଭାଇରାଲ ହେଉଛି ତାଙ୍କ ଏହି ଫଟୋ । ଖୁବଶୀଘ୍ର ମଲ୍ଟି ଷ୍ଟାରର ଫିଲ୍ମ ‘ଚେହେରେ’ରେ ଆସିବେ ନଜର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଆ ଚକ୍ରବର୍ତ୍ତୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଆ ଚକ୍ରବର୍ତ୍ତୀ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ସମାଲୋଚନାର ଶିକାର ହେଉ ଆସୁଥିବା ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଏବେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ହୋଇଯାଇଛନ୍ତି । ଆଉ ନିଜର ଫଟୋ, ଭିଡିଓ ପୋଷ୍ଟ କରି ନିଜକୁ ସାହାସ ଯୋଗାଉଛନ୍ତି । ଏଥର ମଧ୍ୟ ସମାନ କାମ କରିଛନ୍ତି ଅଭିନେତ୍ରୀ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଆ ଚକ୍ରବର୍ତ୍ତୀ

ସେ ଇନଷ୍ଟାଗ୍ରାମରେ ନିଜର ଏକ ସେଲ୍ଫି ସେୟାର କରି ଚର୍ଚ୍ଚାରେ । ଯେଉଁଥିରେ ସେ ହସୁଥିବାର ନଜର ଆସୁଛନ୍ତି । ଅନେକ ଦିନରୁ ବିବାଦ ଘେରରେ ରହିଆସୁଥିବା ରିଆଙ୍କ ଏହି ହସଭରା ସେଲ୍ଫି ଦେଖି ଖୁସ୍ ହୋଇଯାଇଛନ୍ତି ତାଙ୍କ ଫ୍ୟାନ୍ସ । ସେହିପରି ଫଟୋ ଉପରେ ସେ ଲେଖିଛନ୍ତି, ‘ରାଇଜ୍ ଆଣ୍ଡ ସାଇନ୍ ।’

ପ୍ରକାଶ ଥାଉକି ରିଆ ଖୁବଶୀଘ୍ର ମଲ୍ଟି ଷ୍ଟାରର ଫିଲ୍ମ ‘ଚେହେରେ’ରେ ନଜର ଆସିବେ । ନିର୍ଦ୍ଦେଶକ ରୁମି ଜାଫରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅମିତାଭ ବଚ୍ଚନ, ଇମରାନ ହାସମୀ, ଅନ୍ନୁ କପୁର, କ୍ରିଷ୍ଟଲ ଡି’ସୁଜା, ରଘୁବୀର ଯାଦବ ଏବଂ ସିଦ୍ଧାନ୍ତ କପୁର ମଧ୍ୟ ଅନ୍ୟାନ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

ABOUT THE AUTHOR

...view details