ଓଡିଶା

odisha

By

Published : Oct 9, 2020, 8:21 AM IST

ETV Bharat / sitara

ରିଆଙ୍କୁ ନେଇ ପ୍ରଥମଥର ପ୍ରତିକ୍ରିୟା ଦେଲେ ମା' ସନ୍ଧ୍ୟା

ବୁଧବାର ଜେଲରୁ ବାହାରିଲେ ରିଆ । ଏବେ ସାମ୍ନାକୁ ଆସିଛି ତାଙ୍କ ମା'ଙ୍କ ବୟାନ । କହିଲେ ଅନେକ କଥା ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ କେସରେ ସମ୍ପୃକ୍ତ ଥିବା ଡ୍ରଗ୍ସ ମାମଲାରେ ନାମ ଆସିବା ପରେ ରିଆ ଚକ୍ରବର୍ତ୍ତୀଙ୍କ ସେପ୍ଟେମ୍ବର 8ରେ ଗିରଫ କରାଯାଇଥିଲା । ପାଖାପାଖି ଏକ ମାସ ଜେଲରେ ରହିବା ପରେ ବୁଧବାର ତାଙ୍କୁ ଜାମିନ ପ୍ରଦାନ କରିଥିଲେ ବମ୍ବେ ହାଇକୋର୍ଟ । ଆଉ କହିଥିଲେ ରିଆ କୌଣସି ଡ୍ରଗ ଡିଲର୍ସ ଚେନର ଅଂଶ ନୁହେଁ । ଯାହାପାଇଁ ତାଙ୍କୁ ଜେଲରେ ରଖିବା ଠିକ୍ କଥା ନୁହେଁ । ଇତିମଧ୍ୟରେ ପ୍ରଥମଥର ଏହି ମାମଲାରେ ରିଆଙ୍କ ମା' ସନ୍ଧ୍ୟା ଚକ୍ରବର୍ତ୍ତୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ଏକ ସାକ୍ଷାତକାରରେ ସନ୍ଧ୍ୟା କହିଛନ୍ତି, ‘ଯେଉଁ ସମସ୍ୟାରୁ ସେ ଏବେ ବାହାରିଛନ୍ତି ସେଥିରୁ ସେ କିପରି ତ୍ରାହି ପାଇବେ । ହେଲେ ରିଆ ଜଣେ ଯୋଦ୍ଧା । ତାଙ୍କୁ ଶକ୍ତିଶାଳୀ ହେବାକୁ ପଡିବ। ତାଙ୍କର ଥେରାପି କରିବି ମୁଁ । ଯାହାଦ୍ବାରା ସେ ଏହି ଡ୍ରାମାରୁ ବାହାରକୁ ବାହାରି ନିଜ ଜୀବନ ପୁଣିଥରେ ସଠିକ୍ ରୂପେ ବଞ୍ଚିପାରିବେ । କାରଣ ଏହି ଆଇନ ଲଢେଇ ଲମ୍ବା ଚାଲିବ । ତାଙ୍କୁ ଜାମିନ ମିଳିଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି । ମୋ ପୁଅ କିନ୍ତୁ ଏବେ ମଧ୍ୟ ଜେଲରେ ଅଛନ୍ତି । ଶେଷଥର ମୋ ସ୍ବାମୀ ଇଡି ଅଫିସ ଯାଇଥିଲେ । ଆଉ ଯେତେବେଳେ ସେଠାରୁ ଫେରୁଥିଲେ ତାଙ୍କର ପିଛା କରାଯାଇଥିଲା । ଏବେ ଘରର ଘଣ୍ଟି ବାଜିଲେ ଡର ଲାଗୁଛି ଯେ କିଏ ଆସିଥିବେ । ସିବିଆଇ ନାଁ ରିପୋର୍ଟର ।’

ପ୍ରକାଶ ଥାଉକି ରିଆଙ୍କୁ 1 ଲକ୍ଷ ଜୋରିମାନା ସହ ଜାମିନ ମିଳିଛି । ହେଲେ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ଜାମିନ ଯାଚିକାକୁ ଖାରଜ କରିଛନ୍ତି ବମ୍ବେ ହାଇକୋର୍ଟ । ସେ ଆଉ କିଛି ଦିନ ଜେଲରେ ରହିବେ।

ABOUT THE AUTHOR

...view details