ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମାମଲାର ମୁଖ୍ୟ ସନ୍ଦିଗ୍ଧ ରିଆ ଚକ୍ରବର୍ତ୍ତୀ ଏକ ମାସ ପରେ ଜେଲରୁ ମୁକୁଳିଛନ୍ତି। ଡ୍ରଗ୍ସ ମାମଲାରେ ପୋଲିସ ହେପାଜତରେ ଥିବା ରିଆଙ୍କୁ ଆଜି ମୁମ୍ବାଇ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ହେଲେ ଏହାସହ ମୁମ୍ବାଇ ପୋଲିସ ଏକ ନିୟମ ଜାରି କରିଛି ମିଡିଆଙ୍କ ପାଇଁ । ଯେଉଁଥିରେ କୁହାଯାଇଛି ରିଆଙ୍କ ଗାଡି ପଛରେ ନ ଗୋଡାଇବାକୁ । ନହେଲେ ମୋଟର ଯାନ ଅଧିନିୟମ ଅନୁଯାୟୀ ମିଡିଆ ଗାଡିକୁ ଜବତ କରାଯିବ ।
ରିଆଙ୍କୁ ଜାମିନ, ମିଡିଆକର୍ମୀଙ୍କୁ ପୋଲିସର ଚେତାବନୀ - ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା
ରିଆଙ୍କୁ ପଚରାଉଚରା ସମୟରେ ମିଡିଆ ଯୋଗୁଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲା ପୋଲିସ । ଯାହା ଉପରେ ଏବେ ବିରାମ ଲାଗିଛି । କାରଣ ମୋଟର ଯାନ ଅଧିନିୟମ ଅନୁଯାୟୀ ଯଦି କୌଣସି ମିଡିଆ ଗାଡି ରିଆଙ୍କ ପିଛା କରେ ତେବେ ଗାଡି ଜବତ କରାଯିବ ।
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ପ୍ରକାଶ ଥାଉକି ଡ୍ରଗ୍ ମାମଲାରେ ରିଆଙ୍କୁ ସେପ୍ଟେମ୍ବର 8 ରେ ଏନସିବି ଗିରଫ କରିଥିଲା। ରିଆଙ୍କ ସହ ଦୀପେଶ ସାୱନ୍ତ ଏବଂ ସାମୁଏଲ ମିରାଣ୍ଡାଙ୍କୁ ମଧ୍ୟ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ରିଆଙ୍କୁ 1 ଲକ୍ଷ ଟଙ୍କା ଜାମିନ ମିଳିଥିବା ବେଳେ ଦୀପେଶ ସାୱନ୍ତଙ୍କୁ 50 ହଜାର ଟଙ୍କା ଜାମିନରେ ମୁକ୍ତ କରାଯାଇଛି। ତେବେ ରିଆଙ୍କ ଭାଇ ସୌଭିକଙ୍କ ଜାମିନ ଆବେଦନକୁ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ