ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ଅନେକ ସମସ୍ୟା ଦେଇ ଗତି କରିଆସୁଛନ୍ତି ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ । ତାଙ୍କ ଉପରେ ସୁଶାନ୍ତଙ୍କ ହତ୍ୟା ଅଭିଯୋଗ ଲଗିଛି । ସେହିପରି ବଲିଉଡ ଡ୍ରଗ୍ସ କେସରେ ମଧ୍ୟ ତାଙ୍କ ନାଁ ଆସିସାରିଛି । ହେଲେ ଏଭଳି ପରିସ୍ଥିତିରେ ସେ ନିଜକୁ ଦୃଢ କରି ଠିଆ ହେବାକୁ ଲଗାତାର ଚେଷ୍ଟା ଚଳାଇଛନ୍ତି । ଆଉ ସୋସିଆଲ ମିଡିଆରେ ଆକ୍ଟିଭ ମଧ୍ୟ ହୋଇଯାଇଛନ୍ତି ।
ଇତିମଧ୍ୟରେ ସେ ନିଜ ପିଲାବେଳର ଫଟୋ ପୋଷ୍ଟ କରି ଲେଖିଛନ୍ତି ଖାସ୍ କଥା । ଭାଇରାଲ ହେଉଛି ତାଙ୍କ ଏହି ପୋଷ୍ଟ । ପ୍ରଥମ ପୋଷ୍ଟରେ ବେବି ରିଆଙ୍କୁ ଦେଖିବାକୁ ମିଳୁଛି । ଯାହା ଉପରେ ସେ ଲେଖିଛନ୍ତି, ‘ମୁଁ ଭାବୁଛି ମା' ମତେ ଚାଲିବା ଶିଖାଉଥିଲେ । ହେଲେ କିଏ ଜାଣିଥିଲା ମୁଁ ଉଡିବା ଶିଖିବି ।’